17 Oct 2026, Sat

ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡିଶା, ନିର୍ମାଣ ଓଡିଶା, ଉତ୍କର୍ଷ ଓଡିଶା, ଜନଶକ୍ତି ଓଡିଶା ଏବଂ କୌଶଳ ଓଡିଶା ଆଦି ଏହି୭ଟି ଥିମ୍ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ।

ଆସନ୍ତା ଜୁନ ୨ ତାରିଖରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା। ପ୍ରଥମ ଦିନରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବିଭାଗର ସମୀକ୍ଷା ହେବ । ବିଭାଗର ପ୍ରଦର୍ଶନ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଦୁଇ ବର୍ଷର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି ସବୁ ବିଭାଗର ମନ୍ତ୍ରୀ । ୯ ତାରିଖ ଭିତରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା ଶେଷ ହେବ।

ସମୀକ୍ଷା ସରିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କ ଆଗରେ ଦୁଇ ବର୍ଷର ରିପୋର୍ଟ କାର୍ଡ ରଖିବେ। ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନେକ ଯୋଜନା ଓ ଅନେକ ପ୍ରକଳ୍ପ ବି ଭେଟିଦେବେ ସରକାର। ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି । ସରକାରକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ୧୨ ରୁ ୨୨ ତାରିଖ ଭିତରେ ଗୋଟିଏ ଦିନ ଓଡିଶା ଆସିବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *