ଭିଏତନାମ ସହ ସ୍ବାକ୍ଷରିତ ହେଲା ଭାରତର ବ୍ରହ୍ମୋସ ଚୁକ୍ତି । ଭାରତ ଏବଂ ଭିଏତନାମ ମଧ୍ୟରେ ଅତ୍ୟାଧୁନିକ ସୁପରସୋନିକ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ ଯୋଗାଣ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ସହିତ ଇଣ୍ଡୋନେସିଆ ସହ ମଧ୍ୟ ଏହି ମିସାଇଲ୍ ଚୁକ୍ତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ସିଙ୍ଗାପୁରରେ ଆୟୋଜିତ ସାଙ୍ଗ୍ରି-ଲା ଡାଏଲଗ୍ ଅବସରରେ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏହି ସୂଚନା ଦେଇଛନ୍ତି। ଭିଏତନାମ ସହ ହୋଇଥିବା ଏହି ଚୁକ୍ତି ପ୍ରାୟ ୬ ହଜାର କୋଟି ଟଙ୍କା ହୋଇପାରେ। ଏଥିରେ ମିସାଇଲ୍ ଯୋଗାଣ ସହ ସେନାକୁ ତାଲିମ ଏବଂ ଲଜିଷ୍ଟିକ ମଧ୍ୟ ସାମିଲ ରହିଛି।
ସେହିପରି ଇଣ୍ଡୋନେସିଆ ସହ ଚାଲିଥିବା ଆଲୋଚନା ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ବନ୍ଧୁ ଦେଶମାନଙ୍କୁ ପ୍ରତିରକ୍ଷା ଜ୍ଞାନକୌଶଳ ହସ୍ତାନ୍ତର କରିବ ଭାରତ । ଭାରତ ଏସିଆନ୍ ସଦସ୍ୟ ଦେଶଗୁଡ଼ିକୁ ନିଜର ବନ୍ଧୁ ଭାବେ ବିବେଚନା କରେ। ବ୍ରହ୍ମୋସ ମିସାଇଲ୍ କୁ କିଣିବାରେ ଫିଲିପାଇନ୍ସ ପ୍ରଥମ ଦେଶ ଥିଲା।

