ଆଜି ଆଇପିଏଲ୍ ଫାଇନାଲ୍ ଫାଇଟ୍। ମୁହାଁମୁହିଁ ହେବେ ଗୁଜରାଟ ଟାଇଟନସ୍ ଓ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ। ପାଟିଦାରଙ୍କ ପାୱାରହାଉସ୍ ଆରସିବିକୁ ଟକ୍କର ଦେବ ଗିଲ୍ ଙ୍କ ଗୁଜରାଟ। ସନ୍ଧ୍ୟା ସାଢେ ୭ଟାରେ ଅହମ୍ମଦାବାଦରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍। ଚଳିତ ସିଜିନକୁ ମିଶାଇ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି ଗୁଜରାଟ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଟାଇଟଲ୍ ଜିତିଛନ୍ତି। ଆରସିବି ଉପରେ ନଜର ପକାଇଲେ ବିରାଟ କୋହଲି, ଅଧିନାୟକ ରଜତ ପାଟିଦାର ଦମଦାର ଫର୍ମରେ ରହିଛନ୍ତି। ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ ଏବଂ ଜୋଶ୍ ହେଜଲଉଡଙ୍କ ବୋଲିଂକୁ ନେଇ ମଧ୍ୟ ଦଳ ଶକ୍ତିଶାଳୀ ରହିଛି। ସେପଟେ ହୋମ୍ ଗ୍ରାଉଣ୍ଡ୍ ଫାଇଦା ଉଠାଇପାରେ ଗୁଜରାଟ।
ଗୁଜରାଟ କ୍ୱାଲିଫାୟର୍-୨ ରେ ରାଜସ୍ଥାନ ରୟାଲ୍ସକୁ ଚିତ୍ତାକର୍ଷକ ଭାବେ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଶୁବମାନ ଗିଲ୍ ଓ ସାଇ ସୁଦର୍ଶନ ଚଳିତ ସିଜନରେ ୭୦୦ରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି। ତେବେ ହୋମ୍ ଗ୍ରାଉଣ୍ଡରେ ଗୁଜରାଟର ଗର୍ଜନ ଶୁଭୁଛି ନା ଆରସିବି ଟାଇଟଲ୍ ଡିଫେନ୍ସ କରୁଛି ତା ଉପରେ ସମସ୍ତଙ୍କର ନଜର।

