17 Oct 2026, Sat

ଶୁଭଙ୍କର ମିଶ୍ରଙ୍କ ବିରୋଧରେ ଥାନାରେ ଏତଲା !

କୋଟି ଓଡ଼ିଆଙ୍କ ମଉଡ଼ମଣୀ ଓ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଆଉ ସେହି ମହାବାହୁଙ୍କ ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରି ବିବାଦକୁ ଆସିଛନ୍ତି ସାମ୍ବାଦିକରୁ ୟୁଟ୍ୟୁବର ପାଲଟିଥିବା ଶୁଭଙ୍କର ମିଶ୍ର। ସିଂହଦ୍ବାର ଥାନାରେ ଏତାଲା ଦେଇଛନ୍ତି ବରିଷ୍ଠ ସେବକ ଗୌରହରି ପ୍ରଧାନ। ଯଦି ସାମ୍ବାଦିକରୁ ୟୁଟ୍ୟୁବର ପାଲଟିଥିବା ଏହି ବ୍ୟକ୍ତି ତୁରନ୍ତ ପୁରୀ ଆସି କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ତାଙ୍କ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବା ନେଇ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବକମାନେ ଧମକ ଦେଇଥିଲେ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉକ୍ତ ଭାଇରାଲ ଭିଡିଓ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିବା ନେଇ ପ୍ରକାଶ କରିଥିଲେ। ଭିଡିଓରେ ଶୁଭଙ୍କର ଅଭିଯୋଗ କରିଛନ୍ତି ଯେ ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରକୁ ଆସୁଥିବା ଅବିବାହିତ ଦମ୍ପତିମାନେ ପରସ୍ପର ଠାରୁ ଅଲଗା କିମ୍ବା ବିବାହ କରିବାରେ ଅସୁବିଧା ହୋଇଥାଏ। ତେବେ ରାଧା ରାଣୀଙ୍କ “ଅଭିଶାପ” ଯୋଗୁଁ ଏଭଳି ହୋଇଥାଏ।

ଉଲ୍ଲେଖଯୋଗ୍ୟ, ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଅବିବାହିତ ପ୍ରେମୀ ଯୁଗଳଙ୍କ ସମ୍ପର୍କ ଭାଙ୍ଗିଯାଏ କିମ୍ବା ସେମାନଙ୍କ ବିବାହରେ ସମସ୍ୟା ଉପୁଜିଥାଏ। ଏକ ଭିଡିଓରେ ଏହି ଭଳି କହିଥିଲେ ଶୁଭଙ୍କର। ତେବେ ଏହି ଅଭିଶାପ ରାଧା ରାଣୀ ଦେଇଥିବା ନେଇ ସେ କହିଛନ୍ତି।

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଭୁ ଜଗନ୍ନାଥ ଅବତାର ଦେଖିବା ପାଇଁ ରାଧା ରାଣୀଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ସେବକମାନେ ମନା କରିଥିଲେ। ଏପରିକି ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି ବୋଲି କହିଥିଲେ। ଯାହାକୁ ନେଇ ରାଧା ରାଣୀ କ୍ରୋଧରେ ଏହି ଅଭିଶାପ ଦେଇଥିବା ଶୁଭଙ୍କର କହିଥିଲେ। ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *