17 Oct 2026, Sat

ପୁଣି ରାଜ୍ୟକୁ ଫେରିଲା ଶୀତ । ସକାଳୁ ସକାଳୁ ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ବାହାରକୁ ବାହାରିଲେ କିଛି ବି ଦେଖାଯାଉନାହିଁ। କିଛି କିଛି ସ୍ଥାନରେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି। କୁହୁଡି ପାଇଁ ରାସ୍ତା ଦେଖାଯାଉନଥିବାବେଳେ ରାସ୍ତାରେ ଯିବାବେଳେ ଗାଡି ଲାଇଟ ଲଗାଇ ଯାଆନ୍ତୁ। ନଚେତ୍‌ ଦୁର୍ଘଟଣାର ଆଶଙ୍କା ରହିଛି। ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି । ଏହାରି ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଘନ କୁହୁଡ଼ିର ମଜ୍ଜା ନେଉଛନ୍ତି ରାଜଧାନୀବାସୀ।

ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ। ଓଡ଼ିଶାକୁ ନାହିଁ ସିଧାସଳଖ ପ୍ରଭାବ କି ନାହିଁ ବଡ଼ ବର୍ଷା ଭୟ । କାଁଭାଁ ବର୍ଷା ସହ ଆକାଶ ମେଘାଚ୍ଛନ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗରରେ ଉପରେ ରହିଥିବା ସ୍ପଷ୍ଟ ଚିହିଁତ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇଛି। ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ନେଇପାରେ ବାତ୍ୟାର ରୂପ । ସେପଟେ ଆଉ ଏକ ଲଘୁଚାପ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଛି । ଓଡ଼ିଶାରେ ଆଗାମୀ କିଛି ଦିନ ଯାଏ ଓଡ଼ିଶାରେ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜିଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ହେବା ସହ ପୁଣି ରାଜ୍ୟରେ ଶୀତ ଅନୁଭବ ହେବ । ଗତ କିଛି ଦିନ ହେବ ରାଜ୍ୟରେ ଥଣ୍ଡା କମିଥିବାବେଳେ ପୁଣି ବଢ଼ିବ ଶୀତ। ଥରିବେ ରାଜଧାନୀବାସୀ।

Leave a Reply

Your email address will not be published. Required fields are marked *