17 Oct 2026, Sat

ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର “ଲଙ୍କା ଗଡ଼”

ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର “ଲଙ୍କା ଗଡ଼”

ବଡ଼ ପରଦାରେ ମୁକ୍ତି ଲାଭ ହେବାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଲଙ୍କାଗଡ଼’l ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷକ ଭାବେ ନିଯୁକ୍ତି ପାଇ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରିଛନ୍ତି ଓ ସଂଘର୍ଷ କରି ମାଓବାଦୀ ମାନଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବାରେ ସଫଳ ହୋଇଛନ୍ତି, ତାହା ଏହି ଚଳଚ୍ଚିତ୍ରର କାହାଣୀରେ ରୂପାୟିତ ହୋଇଛି l ବଡ଼ ପରଦା ପାଇଁ ପ୍ରସ୍ତୁତ ଏହି ଲଙ୍କାଗଡ଼ ସିନେମାରେ ମୁଖ୍ୟ ଅଭିନେତା ସହ ସିନେମା ର ପ୍ରଯୋଜକ ଦାୟିତ୍ଵ ନେଇଛନ୍ତି ରମେଶ ନାଏକ (ରାବଣ)। ରମେଶ ଆଗରୁ ତିନୋଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି ,ହେଲେ ଏହି ସିନେମା ତାଙ୍କ ନିଜ ବ୍ୟାନର୍ ଏସ୍.ଡି ପ୍ରଡକ୍ସନରେ ନିର୍ମାଣ ହୋଇଥିବା ଓ ନିଜେ ରମେଶ ନାଏକ ପ୍ରଯୋଜକ ହେବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନିଶ୍ଚୟ I ମୁଖ୍ୟ ନାୟକ ଭାବେ ଶିକ୍ଷକ ଚରିତ୍ର ରେ ବଡ ପରଦାକୁ ଆସିବେ ନବାଗତ ନାୟକ ଶୁଭେନ୍ଦୁ ପାଢ଼ୀ l ସେ ଏଥି ପୂର୍ବରୁ ଅନେକ ଓଡ଼ିଆ ଓ କୋରାପୁଟିଆ ମ୍ୟୁଜିକ୍ ଆଲବମ ଓ ଚଳଚିତ୍ରରେ କାମ କରିଥିବା ବେଳେ ଏବେ ସେ ପ୍ରଥମଥର ପାଇଁ ଓଲିଉଡ ର ବଡ ପରଦାରେ ଦେଖା ଦେବେ ଓ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ନେହା ପାଣିଗ୍ରାହୀ ଓ ଦିପାସା ମାୟେଟି । ଲଙ୍କାଗଡ଼ ସିନେମାର ସମ୍ପୁର୍ଣ୍ଣ ସୁଟିଂ ଭବାନୀପାଟଣା ଅଞ୍ଚଳରେ ଶେଷ ହୋଇଥିବାବେଳେ ଏବେ ଏହାର ଟେଲର ମୁକ୍ତି ଲାଭ କରିଛି । ଏହି ଚଳଚ୍ଚିତ୍ରରେ ଓଲିଉଡର ଲୋକ ପ୍ରିୟ ହାସ୍ୟ ଅଭିନେତା ହରିହର ମହାପାତ୍ର, ଟୁନା ଟନ୍ ଟନ୍, କୁସୁମ ତ୍ରିପାଠୀ , ବର୍ଷୀୟାନ କଳାକାର ଗୋପାଳ ସାମନ୍ତରାୟ, ଗୌତମ କୁମାର, ମହେଶ ରାଓ,ଶିଶୁ କଳାକାର ରୁହାନି ପଣ୍ଡା, ସଂପନ୍ନା, ସମ୍ ରାଜ୍ ଙ୍କ ସମେତ ଅନ୍ୟ କଳାକାର ମାନେ ହେଲେ କାଳୀ ରଥ, ଧୀରେନ୍ ତ୍ରିପାଠୀ, କୁନି ନାଏକ ପ୍ରମୁଖ l ଜଣାଶୁଣା ଅଭିନେତା ରମେଶ ନାଏକ ଓ ପ୍ରଦୀପ ଦେବତା ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଥିବେଳେ କିଛି ନୂଆ ଓ ପୁରୁଣା ପ୍ରମୁଖ ଚରିତ୍ରକୁ ମଧ୍ୟ ପ୍ରଥମଥର ଦେଖିବାକୁ ପାଇବେ ଦର୍ଶକ ଏହି ବଡପରଦାରେ। ଏହାର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଆନନ୍ଦ କୁମାର ଥିବାବେଳେ କାହାଣୀ ମିଟୁ ସୁନା ଓ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଓଡ଼ିଶାର ଚର୍ଚ୍ଚିତ କଣ୍ଠ ଶିଳ୍ପୀ ବିଷ୍ଟ୍ନୁ ମୋହନ କବି ଓ ସର୍ବେଶ୍ଵର ଭୋଇ ଏହାର ସଙ୍ଗୀତ ସଂଯୋଜନା କରିଥିବା ବେଳେ ଗୀତ ରଚନା କରିଛନ୍ତି ସର୍ବେଶ୍ଵର ଭୋଇ, ଜିତେନ୍ଦ୍ର ଶେଠ୍ ଓ ଡକ୍ଟର ନିର୍ମଳ ନାୟକ। ଏଥିରେ ଥିବା ଚାରୋଟି ମନ ଛୁଆଁ ଗୀତକୁ କଣ୍ଠ ଦାନ କରିଛନ୍ତି ଓଡ଼ିଶାର ଲୋକ ପ୍ରିୟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପାଢୀ, ବିଷ୍ଟ୍ନୁ ମୋହନ କବି, ସଞ୍ଜୁ ମହାନ୍ତି, ସୁହାନୀ ମିଶ୍ର, ରୁକୁ ସୁନା, ଅର୍ଚ୍ଚନା ପାଢ଼ୀ, ସର୍ବେଶ୍ୱର ଭୋଇ l ମନ ଛୁଆଁ ରୋମାଣ୍ଟିକ ଗୀତ ସହ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକ ଗୀତର ଛୁଙ୍କ୍ ଦିଆଯାଇ ପ୍ରସ୍ତୁତ କରାଯାଇଥିବା ଗୀତ ସମସ୍ତଙ୍କ ମନକୁ ରସାପ୍ଲୁତ କରିବ l ସୂଚନାଯୋଗ୍ୟ ଯେ ଆନନ୍ଦ କୁମାରଙ୍କ ନିର୍ଦ୍ଦେଶିତ ‘କେମିତି ପ୍ରେମ ‘ ସିନେମା ଟି ମୁକ୍ତି ପ୍ରତୀକ୍ଷାରେ ରହିଛି।

ଲଙ୍କାଗଡ଼ ଚଳଚ୍ଚିତ୍ରଟି ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଙ୍କ ଠାରୁ ପ୍ରକାଶ l ଦମଦାର ଗୀତ ଓ ସଙ୍ଗୀତ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବା ସହ ଚଳଚ୍ଚିତ୍ରଟି ସୁପର୍ ହିଟ୍ ହେବ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ l

Leave a Reply

Your email address will not be published. Required fields are marked *