• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

ଫିଲିପ୍ସଙ୍କ ଶତକରେ ଧରାଶାୟୀ ଭାରତ! ୮୭ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତକୁ ବଡ଼ ଝଟକା ଦେଇଛି ନ୍ୟୁଜିଲାଣ୍ଡ। ଗ୍ଲେନ୍ ଫିଲିପ୍ସ ଓ ମାଇକେଲ୍ ବ୍ରେସୱେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡ଼ିଛି ଭାରତୀୟ ଦଳର ପ୍ରଦର୍ଶନ। ନ୍ୟୁଜିଲାଣ୍ଡ ୮୭ ରନ୍‌ରେ ଏହି ମ୍ୟାଚ୍ ଜିତିଥିବା ବେଳେ ଭାରତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୨ ରନ୍ କରିପାରିଛି। ତେବେ ଏହି ପରାଜୟ ସତ୍ତ୍ୱେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ନିଜ ନାଁରେ କରିସାରିଛି।

ଫିଲିପ୍ସଙ୍କ ଶତକ, ବ୍ରେସୱେଲ୍‌ଙ୍କ ବିସ୍ଫୋରକ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୯ ରନ୍‌ର ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ମାତ୍ର ୪୯ ବଲ୍‌ରେ ୧୦୭ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟ୍‌ରୁ ଆସିଥିଲା ୧୦ଟି ଛକା ଓ ୬ଟି ଚୌକା।

ସେହିପରି ମାଇକେଲ୍ ବ୍ରେସୱେଲ୍ ମାତ୍ର ୨୫ ବଲ୍‌ରେ ୬୫ ରନ୍ କରି ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଦୁଇ ବ୍ୟାଟରଙ୍କ ଆକ୍ରମଣାତ୍ମକ ଇନିଂସ ଯୋଗୁଁ ନ୍ୟୁଜିଲାଣ୍ଡ ୨୫୯ ରନ୍‌ର ବଡ଼ ସ୍କୋର୍ କରିବାରେ ସଫଳ ହୋଇଥିଲା।

ଭାରତ ପକ୍ଷରୁ ମୟଙ୍କ ଯାଦବ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଗୋଟିଏ ୱିକେଟ୍ ହାସଲ କରିଥିଲେ। ଅନ୍ୟ ବୋଲରମାନେ ନ୍ୟୁଜିଲାଣ୍ଡର ରନ୍ ଗତି ରୋକିବାରେ ସଫଳ ହୋଇନଥିଲେ।

୧୭୨ ରନ୍‌ରେ ଅଟକିଲା ଟିମ୍ ଇଣ୍ଡିଆ

୨୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ଆରମ୍ଭ ନିରାଶାଜନକ ରହିଥିଲା। ଓପନର ସଞ୍ଜୁ ସାମସନ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଭିଷେକ ଶର୍ମା ୨୭ ରନ୍ କରିଥିଲେ। ଇଶାନ କିଶନ ଖାତା ଖୋଲିପାରିନଥିଲେ।

ଅଧିନାୟକ ଶ୍ରେୟସ ଆୟର ୧୧ ବଲ୍‌ରେ ୨୨ ରନ୍ କରିଥିବା ବେଳେ ଅକ୍ଷର ପଟେଲଙ୍କ ବ୍ୟାଟ୍‌ରୁ ଆସିଥିଲା ୭ ରନ୍। ନୀତିଶ କୁମାର ରେଡ୍ଡୀ ୨୧ ରନ୍ କରିଥିଲେ।

ଅନ୍ୟପଟେ ତିଲକ ବର୍ମା ୩୫ ବଲ୍‌ରେ ୩୫ ରନ୍ ଓ ନମନ ଧୀର ୧୩ ବଲ୍‌ରେ ୨୮ ରନ୍ କରିଥିଲେ। ପ୍ରିନ୍ସ ଯାଦବ ମଧ୍ୟ ୧୮ ରନ୍‌ର ଯୋଗଦାନ ଦେଇଥିଲେ। ହେଲେ ନ୍ୟୁଜିଲାଣ୍ଡର ବିଶାଳ ସ୍କୋର୍ ଆଗରେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍ ତିଷ୍ଠି ପାରିନଥିଲା। ଶେଷରେ ଭାରତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକବ ଡଫି ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

ସିରିଜ୍ ଭାରତ ନାଁରେ, ଶେଷ ମ୍ୟାଚ୍ ନଭେମ୍ବର ୧ରେ

ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜ୍‌ରେ ପ୍ରଥମ ବିଜୟ ହାସଲ କରିଛି। ତେବେ ପ୍ରଥମ ତିନିଟି ମ୍ୟାଚ୍ ଜିତିଥିବା ଭାରତ ୩-୧ରେ ଆଗୁଆ ରହିବା ସହ ସିରିଜ୍ ନିଜ ନାଁରେ କରିସାରିଛି।

ଆସନ୍ତା ନଭେମ୍ବର ୧ ତାରିଖରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍। ଏହି ମ୍ୟାଚ୍ ଜିତି ସିରିଜ୍‌ରେ ଦ୍ୱିତୀୟ ବିଜୟ ହାସଲ କରିବାକୁ ନ୍ୟୁଜିଲାଣ୍ଡ ଚେଷ୍ଟା କରିବ। ଅନ୍ୟପଟେ ଭାରତ ୪-୧ରେ ସିରିଜ୍ ଶେଷ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଟି-୨୦ ସିରିଜ୍ ପରେ ନଭେମ୍ବର ୪ରୁ ଦୁଇ ଦେଶ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *