ଦୁବାଇ: ଏସିଆ କପ୍ ଟି-ଟ୍ଵେଣ୍ଟିରେ ଭାରତୀୟ ମହିଳା ଦଳର ଦମଦାର ପ୍ରଦର୍ଶନ। ଶନିବାର ପାକିସ୍ତାନ ବିପକ୍ଷ ମୁକାବିଲାରେ ଏକତରଫା ବିଜୟ ସହ ଟିମ୍ ଇଣ୍ଡିଆ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ଏସିଆ କପ୍ ଗ୍ରୁପ୍-Aର ନବମ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନୀ ବ୍ୟାଟିଂ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା।
ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଇନିଂସ୍ର ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଥିଲେ। ଶ୍ରୀ ଚରଣୀ, ପ୍ରେମା ରାୱତ ଓ ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂର ସାମ୍ନା କରିପାରିନଥିଲେ ପାକିସ୍ତାନୀ ବ୍ୟାଟର।
ଫଳରେ ୧୮.୧ ଓଭରରେ ମାତ୍ର ୫୫ ରନ୍ରେ ଅଲଆଉଟ୍ ହୋଇଥିଲା ପାକିସ୍ତାନ।
ପାକିସ୍ତାନ ପକ୍ଷରୁ ଓପନର ମୁନୀବା ଅଲୀ ୧୫ ବଲ୍ରେ ୧୩ ରନ୍ କରିଥିବା ବେଳେ ସୱାଲ୍ ଜୁଲଫିକର ୧୪ ବଲ୍ରେ ସର୍ବାଧିକ ୧୪ ରନ୍ କରିଥିଲେ। ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ରନ୍ ଛୁଇଁ ପାରିନଥିଲେ।
ସେପଟେ ପାକିସ୍ତାନ ଅଧିନାୟକ ଫାତିମା ସନା ମଧ୍ୟ ନିରାଶ କରିଥିଲେ। ସେ କୌଣସି ରନ୍ ନ କରି ଏଲବିଡବ୍ଲୁ ଆଉଟ୍ ହୋଇଥିଲେ।
ଭାରତୀୟ ବୋଲରଙ୍କ ଦବଦବା
ପାକିସ୍ତାନର ଦୁର୍ବଳ ବ୍ୟାଟିଂ ଲାଇନ୍ଅପ୍କୁ ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଭାବେ ଚାପରେ ରଖିଥିଲେ। ଶ୍ରୀ ଚରଣୀ, ପ୍ରେମା ରାୱତ ଓ ଦୀପ୍ତି ଶର୍ମାଙ୍କ ଆକ୍ରମଣାତ୍ମକ ବୋଲିଂ ଯୋଗୁଁ ପାକିସ୍ତାନ ବଡ଼ ସ୍କୋର କରିବାର ସୁଯୋଗ ପାଇନଥିଲା।
ଏହି ବିଜୟ ସହ ଏସିଆ କପ୍ରେ ଭାରତୀୟ ମହିଳା ଦଳ ଲଗାତାର ତୃତୀୟ ବିଜୟ ହାସଲ କରିଛି। ଭାରତୀୟ ଦଳର ଏଭଳି ଦମଦାର ପ୍ରଦର୍ଶନ ଏସିଆ କପ୍ରେ ଟିମ୍ ଇଣ୍ଡିଆର ଦାବିକୁ ଆହୁରି ମଜବୁତ କରିଛି।

