• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf

11 Nov 2026, Wed

ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୨୦୨୬ ବର୍ଷରେ ପଦ୍ମ ପୁରସ୍କାର ପାଇବେ ମୋଟ ୧୩୧ ଜଣ । ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର । ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସେହିଭଳି କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ ମିଳିବ । ଚରଣ ହେମ୍ବ୍ରମ୍ ହେଉଛନ୍ତି ଜଣାଶୁଣା ସାନ୍ତାଳୀ ଲେଖକ । ସେହିଭଳି ସଖୀ ନାଟ ଥିଏଟର କଳାକାର ହେଉଛନ୍ତି ସୀମାଞ୍ଚଳ ପାତ୍ର ।

କଳା କ୍ଷେତ୍ରରେ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ମିଳିବ । ପବ୍ଲିକ୍ ଆଫେୟାର୍ସରେ କେରଳର କେ ଟି ଥୋମାସ, କଳାରେ ଉତ୍ତରପ୍ରଦେଶର ଏନ୍ ରାଜମ, ସାହିତ୍ୟ ଓ ଶିକ୍ଷାରେ କେରଳର ପି ନାରାୟଣନ, ପବ୍ଲିକ୍ ଆଫେୟାର୍ସରେ କେରଳର ଭି ଏସ୍ ଅଚୁଥାନନନ୍ଦନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ଦିଆଯିବ । କଳାରେ ଅଳକା ୟାଗ୍ନିକ, ପବ୍ଲିକ ଆଫେୟାର୍ସରେ ଭଗତ ସିଂହ କୋଶ୍ୟାରୀ, ମେଡିସିନ୍‌ରେ କଲ୍ଲିପାଟ୍ଟା ରାମାସ୍ଵାମୀ ପାଲାନିସ୍ଵାମୀ, କଳାରେ ଶ୍ରୀ ମମ୍ମୁଟ୍ଟି, ମେଡିସିନ୍‌ରେ ନୋରୀ ଦତ୍ତାତ୍ରେୟୁଡୁ, କଳାରେ ପୀୟୁଷ ପାଣ୍ଡେ (ମରଣୋତ୍ତର), ସମାଜ ସେବାରେ ଏସ କେ ଏମ୍ ମୈଲାନନ୍ଧନ, କଳାରେ ଶତଭାଧନି ଆର ଗଣେଶ, ପବ୍ଲିକ ଆଫେୟାର୍ସରେ ଶିବୁ ସୋରେନ (ମରଣୋତ୍ତର), ବାଣିଜ୍ୟ ଓ ଶିଳ୍ପରେ ଉଦୟ କୋଟାକ, ପବ୍ଲିକ ଆଫେୟାର୍ସରେ ଭି କେ ମାଲହୋତ୍ରା (ମରଣୋତ୍ତର), ପବ୍ଲିକ ଆଫେୟାର୍ସରେ ଭେଲାପ୍ପାଲି ନଟେସନ, ଖେଳରେ ବିଜୟ ଅମ୍ରିତରାଜ ପଦ୍ମ ବିଭୂଷଣ ପାଇବେ ।

Leave a Reply

Your email address will not be published. Required fields are marked *