ଶେଷ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ । ଗତ ମେ’ ୩୧ରେ IPL ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଗୁଜରାଟକୁ ହରାଇ ବାଙ୍ଗାଲୋର ଲଗାତର ଦ୍ବିତୀୟ ଥର ପାଇଁ ଟ୍ରଫି ନିଜ ନାମରେ କରିଥିଲା । ତେବେ ଏହି ମ୍ୟାଚ୍ ପରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ଓ ବିରାଟ କୋହଲି ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା ।
ଏବେ RCB କୋହଲି ଏବଂ ବୈଭବଙ୍କ ସାକ୍ଷାତର ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ବୈଭବ ଓ ବିରାଟଙ୍କ ମଧ୍ୟରେ କ’ଣ କଥା ହୋଇଥିଲା ତାହା ଶୁଣାଯାଉଛି । ଭିଡିଓର ଶେଷରେ, କୋହଲି ବୈଭବଙ୍କୁ କହିଥିଲେ, “ଏକ୍ ବିହାରୀ ସବ୍ ପେ ଭାରୀ”।
ଭିଡିଓରେ କୋହଲି ବୈଭବଙ୍କୁ ପରାମର୍ଶ ଦେଇ କହିଛନ୍ତି, “ତୁମେ ଏଠାରୁ ଉପରକୁ ଉଠିବାକୁ ପଡିବ । ଯାହା ହୋଇଛି ତାହା କଠିନ ପରିଶ୍ରମ ଏବଂ ବିଶ୍ୱାସ ଯୋଗୁଁ ହୋଇଛି । କିଏ କ’ଣ କହୁଛି ଏବଂ କିପରି କହୁଛି ତାହା ଶୁଣ ନାହିଁ । କେବଳ ବ୍ୟାଟ୍ ଏବଂ ତୁମ ଉପରେ ଧ୍ୟାନ ଦିଅ । ଏକ୍ ବିହାରୀ ସବ୍ ପେ ଭାରୀ’ ।

