18 Oct 2026, Sun

ସୁସ୍ଥ ରହିବାକୁ ହେଲେ ଉତ୍ତମ ଏବଂ ପୋଷକଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ପ୍ରାୟତଃ ବାହାରୁ କିମ୍ବା ଅନଲାଇନ୍ ଅଡର୍ କରି ଖାଇଦେଇଥାଆନ୍ତି । ଯାହା ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହି ସବୁ ଅସ୍ଵାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । କିନ୍ତୁ ସୁସ୍ଥ ରହିବାକୁ ହେଲେ ସମସ୍ତ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ । ପନିପରିବାଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ଆମ ଶରୀର ପାଇଁ ଜରୁରୀ । ସବୁଜ ପନିପରିବା ଆମ ସୁସ୍ଥ ଶରୀର ପାଇଁ ବେଶୀ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ତେଣୁ ଫଳମୂଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଅପେକ୍ଷା ଏହି ପନିପରିବା ଜାତୀୟ ଖାଦ୍ୟ ଅଧିକ ଜରୁରୀ ବୋଲି କୁହାଯାଏ ।

ସମସ୍ତ ପରିବାରେ କିଛି ନା କିଛି ପୋଷକ ତତ୍ତ୍ବ ରହିଛି । ଯାହା ଆମକୁ ଅନେକ ରୋଗରୁ ଉପଶମ ଦେଇଥାଏ । ସେହି ସବୁ ମଧ୍ୟରୁ କାଙ୍କଡ଼ ହେଉଛି ଅନ୍ୟତମ । ଯାହା ଆମକୁ ଉପଯୁକ୍ତ ପୁଷ୍ଟିସାର ଯୋଗାଇଥାଏ । ଏହି ପରିବାରେ ଅନେକ ଲାଭ ଅଛି । କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହାକୁ ଖାଇବା ଦ୍ଵାରା କ୍ୟାନ୍ସର ଏବଂ ମଧୁମେହକୁ ପରି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । କାଙ୍କଡ଼ ଖାଇବା ଦ୍ବାରା ବ୍ଲଡ଼ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ । ଯାହା ଡାଇବେଟିସ୍ ରୋଗୀଙ୍କ ସବୁଠୁ ଭଲ ହୋଇଥାଏ । ଯଦି ଏହାକୁ ନେଇ ଅତ୍ୟଧିକ ସମସ୍ୟା ରହିଛି ସେମାନେ ପ୍ରତିଦିନ କାଙ୍କଡ଼ କିମ୍ବା କାଙ୍କଡ଼ର ଜୁସ ପିଇବା ଉଚିତ୍ ।

ଏଥିରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ । ଏହା ଉଚ୍ଚରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବହୁ ଲାଭକାରରୀ ହୋଇଥାଏ । ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରୁ ମଧ୍ୟ ମିଳିଥାଏ । କାଙ୍କଡ଼ରେ ରହିଥିବା ମିନେରାଲ୍ସ, ଭିଟାମିନ୍ ଏବଂ ପ୍ରୋଟିନ୍ ଶରୀରରେ ଉର୍ଜ୍ଵା ଜାଗ୍ରତ କରିବା ସହ ଦିନଯାକ ଏନରଜେଟିକ୍ ରଖିଥାଏ । ଏଥିସହ କାଙ୍କଡ଼ରେ ଥିବା କେରେଟିନାଇଡ଼ର ମାତ୍ରା ଆଖି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ ।

ଏଥିସହ ଡାଇଡ଼୍ରି ଫାଇଭର ମାତ୍ରାରେ ଭରପୁର । ଏହି ପରିବା ପାଚନକ୍ରିୟାକୁ ସକ୍ରିୟ କରିବା ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ । ଏତିକି ନୁହେଁ ବରଂ ମୋଟାପଣ କମାଇବାରେ ଖୁବ୍ ସାହାଯ୍ୟ କରିଥାଏ । ସେଥିପାଇଁ ଡ଼ାଏଟ କରୁଥିବା ବ୍ୟକ୍ତି ନିଜ ଖାଇବା ଲିଷ୍ଟରେ ଏହି ପରିବା ନିଶ୍ଚିତ ଭାବେ ସାମିଲ କରନ୍ତୁ ।

Leave a Reply

Your email address will not be published. Required fields are marked *