17 Oct 2026, Sat

ବିବାହ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଗୁରୁତର ମେସିଙ୍କ ଭଉଣୀ ମାରିଆ

ଆର୍ଜେଣ୍ଟିନାର ମହାନ ଫୁଟବଲର ଲିଓନେଲ୍ ମେସିଙ୍କୁ ନେଇ ଆସିଲା ବଡ଼ ଖବର। ତାଙ୍କ ପରିବାରରେ ବର୍ତ୍ତମାନ ମାଡ଼ିଆସିଛି ଦୁଃଖ। ମେସିଙ୍କ ଭଉଣୀ ମାରିଆ ଏବେ ହସ୍ପିଟାଲରେ ଭର୍ତ୍ତି। ଏକ ବଡ଼ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଖବର ଅନୁସାରେ, ତାଙ୍କ ଶରୀରରେ ଅନେକ ଅଙ୍ଗ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ତାଙ୍କ ଶରୀରର କିଛି ଅଂଶ ଜଳିଯାଇଥିବା ମଧ୍ୟ କୁହଯାଉଛି । ସବୁଠାରୁ ବଡ଼ କଥା ହେଉଛି, ନୂଆବର୍ଷରେ ତାଙ୍କ ବିବାହ ହେବାର ଥିଲା । କିନ୍ତୁ ଏବେ ବାହା ଘର ବାତିଲ ହୋଇଛି । ବିବାହ ର୍ପୂବରୁ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ମେସିଙ୍କ ଭଉଣୀ। ଗତ କିଛି ଦିନ ତଳେ ଭାରତ ଗସ୍ତରେ ଆସିଥିଲେ ଲିଓନେଲ୍‌ ମେସି।

ତାଙ୍କୁ ଦେଖିବା ପାଇଁ ରାଜନେତା, ଅଭିନେତା, ଅନେକ ବଡ ବଡ ମନ୍ତ୍ରୀଙ୍କର ଲାଗିଥିଲା ଭିଡ। ଖୁବ ଖୁସିଥିଲେ ମେସି। କିନ୍ତୁ ଆଉ ଏକ ଖୁସି ପୂର୍ବରୁ ଲାଗିଗଲା କାହାର ନଜର। ମାରିଆ ସୋଲ୍ ମିଆମୀର ୧୯ ବର୍ଷରୁ କମ୍ କ୍ରିକେଟ ଟିମର କୋଚ୍ ଜୁଲିଆନ ଆରେଲାନୁଙ୍କ ବିବାହ କରିବେ । ସେମାନଙ୍କ ବିବାହ ଜାନୁଆରୀ ୩ରେ ହେବାର ଥିଲା । ମେସିଙ୍କ ଭଉଣୀ ବୋଲି ପରିଚିତ ପାଇଥିବା ମାରିଆଙ୍କର ମଧ୍ୟ ନିଜର ବଡ଼ ପରିଚୟ ରହିଛି । ସେ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଏବଂ ଡିଜାଇନର । ମାରିଆ ସୋଲ୍, ‘ବିକିନିସ୍ ରିଓ’ନାମରେ ଏକ ଫ୍ୟାସନ ବ୍ରାଣ୍ଡର ପ୍ରତିଷ୍ଠା କରିଛନ୍ତି । ବିଶ୍ବରେ ଏହାର ଖୁବ ଲୋକପ୍ରିୟତା ରହିଛି । କିନ୍ତୁ ଦୁର୍ଘଟଣା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ମେସିଙ୍କ ଭଉଣୀ।

ମିଆମୀରେ ନିଜେ କାର ଡ୍ରାଇଭିଂ କରି ଯାଉଥିବା ବେଳେ ମେସିଙ୍କ ଭଉଣୀ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ, ହଠାତ ସୋଲଙ୍କ ଶାରୀରିକ ଅସୁସ୍ଥତା ହେବାରୁ ସେ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବେ ସୋଲଙ୍କୁ ଦୀର୍ଘ ଦିନ ଧରି ହସ୍ପିଟାଲରେ ରହିବାକୁ ପଡ଼ିବ । ତେଣୁ ତାଙ୍କ ବାହା ଘର ବାତିଲ ହୋଇଯାଇଛି । କିଛି ଦିନ ପୂର୍ବରୁ ଲିଓନେଲ୍ ମେସି ୩ ଦିନିଆ ଭାରତ ଗସ୍ତରେ ଆସିଥିଲେ । ସେ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ନୂଆଦିଲ୍ଲୀ ଏବଂ ପରେ ସେ ବନତାରା ଯାଇଥିଲେ । ଖବର ଅନୁସାରେ, ମେସିଙ୍କ ଭଉଣୀଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି । ଶରୀରରେ ଜଳିବାର କ୍ଷତ ଚିହ୍ନ ବି ରହିଛି। ମେସିଙ୍କ ସାନ ଭଉଣୀ ମାରିଆଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କର ଚିକିତ୍ସା ଚାଲିଛି ।

Leave a Reply

Your email address will not be published. Required fields are marked *