• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf

11 Nov 2026, Wed

ଆଜି ଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା

ଆଜି ଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ ମୋଟ ୪ ଲକ୍ଷ ୧ ହଜାର ୬୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଯେଉଁଥିରେ ପୁଅଙ୍କ ଅପେକ୍ଷା ଝିଅଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟର ୧୩୬୪ଟି ପରୀକ୍ଷା କେନ୍ଦ୍ର ଓ ୨୧୧ଟି ପରୀକ୍ଷା ହବ୍‌ରେ ପରୀକ୍ଷା ପରିଚାଳନା କରାଯାଉଛି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ୯:୩୦ରେ ଗେଟ୍ ଚେକିଂ ପରେ ୯:୪୫ ସୁଦ୍ଧା ହଲ୍‌ରେ ପ୍ରବେଶ କରିବେ।

ପରୀକ୍ଷା ଆରମ୍ଭର ୧୦ ମିନିଟ୍ ପୂର୍ବରୁ ଉତ୍ତର ଖାତା ଓ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ମିଳିବ। ତେବେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଅତିରିକ୍ତ ଏକ ଘଣ୍ଟା ସମୟ ବ୍ୟବସ୍ଥା କରାଯାଇଛି। ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ AI କ୍ୟାମେରା ମାଧ୍ୟମରେ ମନିଟରିଂ କରାଯାଉଛି। କପି ରୋକିବା ପାଇଁ ସ୍ପେଶାଲ ସ୍କ୍ୱାର୍ଡ ଗଠନ ହୋଇଥିବା ବେଳେ ପରୀକ୍ଷାର୍ଥୀମାନଙ୍କୁ କେବଳ କଳା ବଲ୍ ପଏଣ୍ଟ ପେନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆରେ କୌଣସି ପ୍ରକାର ଗୁଜବରୁ ଦୂରେଇ ରହିବାକୁ ପରୀକ୍ଷା ନିୟନ୍ତ୍ରକ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *