• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥଙ୍କ ନାଁରେ ସଙ୍ଗିନ ଅଭିଯୋଗ, ପୂର୍ବତନ ଜେଲରଙ୍କ ଏତଲା ପରେ ମାମଲା ରୁଜୁ

କଟକ: ଓଡ଼ିଶା ଜେଲ୍ ବିଭାଗର ଡିଜି ସୁଶାନ୍ତ ନାଥଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ଚୌଦ୍ୱାର ସର୍କଲ ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ତାଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗ ଆଣିଛନ୍ତି। ଏନେଇ ଅକ୍ଟୋବର ୩୧ ତାରିଖରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଛି।

ଡିଜିଙ୍କ ବନ୍ଧୁ କହି ନେଇଥିଲେ ମୋବାଇଲ୍ ନମ୍ବର

ସନ୍ତୋଷିନୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ଡିଜି ସୁଶାନ୍ତ ନାଥଙ୍କ ବନ୍ଧୁ ବୋଲି ପରିଚୟ ଦେଇ କୁଲଦୀପ ରଥ ଜେଲ୍ ପରିଦର୍ଶନ ସମୟରେ ତାଙ୍କ ମୋବାଇଲ୍ ନମ୍ବର ନେଇଥିଲେ। ଏହାପରେ ତାଙ୍କୁ କିଛି ଅନାକାଂକ୍ଷିତ ବାର୍ତ୍ତା ପଠାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ହୋଟେଲ୍‌ରେ ଏକାକୀ ଭୋଜନ ପାଇଁ ନିମନ୍ତ୍ରଣ ଦିଆଯାଇଥିବା ମଧ୍ୟ ଏତଲାରେ ଦର୍ଶାଇଛନ୍ତି।

ଏପରିକି ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା କୁଲଦୀପ ରଥ କହିଥିବା ସନ୍ତୋଷିନୀ ଅଭିଯୋଗ କରିଛନ୍ତି। ତେବେ ସେ ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏଫ୍‌ଆଇଆର୍ ପ୍ରତ୍ୟାହାର ପାଇଁ ଚାପ ଓ ଧମକ ଅଭିଯୋଗ

ସନ୍ତୋଷିନୀଙ୍କ କହିବା ଅନୁଯାୟୀ, ଏହା ପରେ ତାଙ୍କୁ ବିଭିନ୍ନ ଭାବେ ହଇରାଣ କରାଯାଇଥିଲା। ଏକ ଏଫ୍‌ଆଇଆର୍ ପ୍ରତ୍ୟାହାର କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଚାକିରିରୁ ବହିଷ୍କାର କରିବା ଏବଂ ଶାରୀରିକ କ୍ଷତି ପହଞ୍ଚାଇବାର ଧମକ ମିଳିଥିବା ମଧ୍ୟ ଏତଲାରେ ଦର୍ଶାଇଛନ୍ତି।

କେବଳ ସେତିକି ନୁହେଁ, ନିଲମ୍ବନ, ଦରମା ଓ ଭତ୍ତା ବନ୍ଦ କରିବା ସହ ତାଙ୍କ ବିରୋଧରେ ପାଞ୍ଚଟି ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିବାକୁ ସେ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି।

ଚୌଦ୍ୱାର ଥାନାରେ ମାମଲା ରୁଜୁ

ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ କେସ୍ ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇନ୍ସପେକ୍ଟର ବିକାଶ ସେଠୀ ଏହି ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି।

ତେବେ ଏହି ଘଟଣାରେ ଆସିଥିବା ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ଏଯାଏଁ ପ୍ରମାଣିତ ହୋଇନାହିଁ। ପୁଲିସ ତଦନ୍ତ ପରେ ହିଁ ସମସ୍ତ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଏବେ ଏହି ଅଭିଯୋଗକୁ ନେଇ ଜେଲ୍ ବିଭାଗରେ ଚର୍ଚ୍ଚା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *