କଟକ ପ୍ରେସ ଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପୂରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବାବେଳେ କେଉଁ କାରଣ ପାଇଁ ଏତେ ଵଡ ଅଗ୍ନିକାଣ୍ଡ ଘଟିଲା, ତାହା ଜଣାପଡ଼ି ନାହିଁ। ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିଲାବେଳକୁ ମଧ୍ୟ ପ୍ରାୟତଃ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିଲା।
ଅ୍ନଗିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଏବେ ସାରା ଅଞ୍ଚଳ ଧୂଆଁମୟ ହୋଇ ପଡିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି।

