17 Oct 2026, Sat

କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରପ୍ତ ।୫ ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି। ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବାଙ୍ଗାଲୋରରୁ ଆସୁଥିଲା। ଦିନ ୧୨ଟା ପର୍ଯ୍ୟନ୍ତ ସ୍ବାଭାବିକ ହୋଇ ନାହିଁ ବିମାନ ସେବା। ଆଜି ସକାଳେ runway ରେ ଦୃଶ୍ୟମାନ ୫୦ ମିଟର ଥିଲା ସେଥିପାଇଁ ବିମାନ ଉଡି ପାରିନଥିଲା। ଅତି କମରେ ଦୃଶ୍ୟମାନ 550ମିଟର ରହିଲେ ବିମାନ ଉଡାଣ ହୋଇଥାଏ।

ଭୁବନେଶ୍ୱରରୁ ଡେରାଡୁନ ସକାଳ ୬ ଟା ରେ ଥିବା ବିମାନ ଦିନ ୧୦ ଟାରେ ଉଡାଣ ଭରିଛି । ସେହିପରି ଜୟପୁର ଉତକେଲା ବିମାନ ମଧ୍ୟ ବିଳମ୍ବରେ ଉଡାଣ ଭରିଛି। ପ୍ରୋଟୋକଲ ଅନୁସାରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଗକୁ କୁହୁଡି ଜାରି ରହିବ। ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ।

ନୂଆବର୍ଷ ପୂର୍ବରୁ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ପାଗ ଅନୁଭୂତ ହେବ। ଭାରତୀୟ ପାଣିପାଗ ବିଭାଗ (IMD) ଘନ କୁହୁଡ଼ି ଏବଂ ଥଣ୍ଡା ଲହରୀ ସହିତ ଏକ ଥଣ୍ଡା ଦିବସର ଚେତାବନୀ ଜାରି କରିଛି। ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତର ପ୍ରଦେଶରେ ଜାନୁଆରୀ 1 ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି (ଡିସେମ୍ବର 29) ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ବିହାରର କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ।

ସେପଟେ ବିପଜ୍ଜନକ ସ୍ଥିତିରେ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ । ନିଶ୍ବାସ, ପ୍ରଶ୍ବାସ ନେବାରେ ହେଉଛି ସମସ୍ୟା, ବିଗୁଡୁଛି ସ୍ବାସ୍ଥ୍ୟାବସ୍ଥା। ଅନେକ ସ୍ଥାନରେ ୪୦୦ ଟପିଲାଣି AQI ମାନ । ବିବେକ ବିହାରରେ AQI 458 ଓ ୱାଜିରପୁରରେ AQI 443 ରେକର୍ଡ ହୋଇଛି । ୧୨୮ଟି ଫ୍ଲାଇଟ ବାତିଲ କରାଯାଇଛି । ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ନୋ PUC, ନୋ ଫୁଏଲ ନିୟମ କଡ଼ାକଡ଼ି କରିଛନ୍ତି ସରକାର।

Leave a Reply

Your email address will not be published. Required fields are marked *