16 Sep 2026, Wed

କୃତ୍ରିମ ବୁଦ୍ଧିମତ୍ତା ବା AI ଆମ ଜୀବନକୁ ସହଜ କରୁଛି… ଏହି AI ହିଁ କ’ଣ ଦିନେ ମାନବଜାତି ପାଇଁ ବଡ଼ ବିପଦ ହୋଇପାରେ?

AIର ଦ୍ରୁତ ବିକାଶକୁ ନେଇ ଏବେ ଚିନ୍ତା ବଢ଼ିଛି। ଏହି ମଧ୍ୟରେ ଗୁଗଲ୍‌ର AI ରିସର୍ଚ୍ଚ ସଂସ୍ଥା ଡିପ୍-ମାଇଣ୍ଡରୁ ଦୁଇଜଣ ଗବେଷକ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି।

ସୋସିଆଲ ମିଡିଆରେ ନିଜ ଚିନ୍ତା ପ୍ରକାଶ କରି ବିଲାଲ କହିଛନ୍ତି ଯେ, AI ମାନବଜାତିର ବିଲୋପର କାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ବଡ଼ ବିପଦକୁ ଏଡ଼ାଇବା ପାଇଁ ମଣିଷ ପାଖରେ ସମୟ ମଧ୍ୟ ଖୁବ୍ କମ୍ ଥାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ସେହିପରି ଜୋସ୍ ଏଞ୍ଜେଲ୍ସ ମଧ୍ୟ ଆଗାମୀ ୫ ବର୍ଷ ମଧ୍ୟରେ ଉନ୍ନତ AI ସିଷ୍ଟମ୍ ବ୍ୟାପକ କ୍ଷତି କରିବାର ଆଶଙ୍କା ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ତେବେ AIର ବିକାଶକୁ ରୋକିବା ଦରକାର କି? ନା ଏହାର ବିକାଶ ସହିତ ସୁରକ୍ଷା ଓ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର?

ଏବେ ସବୁଠୁ ବଡ଼ ପ୍ରଶ୍ନ—AI ମଣିଷର ସହାୟକ ହୋଇ ରହିବ, ନା ଭବିଷ୍ୟତରେ ମଣିଷ ପାଇଁ ହିଁ ବିପଦ ସାଜିବ?

Leave a Reply

Your email address will not be published. Required fields are marked *