15 Sep 2026, Tue

ଆଜି ନାହିଁ ବିଶେଷ ବର୍ଷା… କିନ୍ତୁ ୮ ତାରିଖରୁ ବଦଳିବ ପାଣିପାଗ!

ଉତ୍ତର ଓ ଉପକୂଳ ଓଡ଼ିଶାକୁ ଘାରିଛି ଝଡ଼ବର୍ଷା ଆଶଙ୍କା! ଆଜି ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ଦୁଇ ଦିନ ମଧ୍ୟ ପାଣିପାଗରେ ବଡ଼ ପରିବର୍ତ୍ତନ ହେବ ନାହିଁ।

କିନ୍ତୁ ସେପ୍ଟେମ୍ବର ୮ ତାରିଖରୁ ବଦଳିପାରେ ପାଣିପାଗର ଚିତ୍ର। ୮ ତାରିଖରୁ ପ୍ରାୟ ୩ ଦିନ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ଝଡ଼ବର୍ଷା ହେବାର ଆଶଙ୍କା ରହିଛି।

ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ତେବେ ସମସ୍ତ ଜିଲ୍ଲାରେ ସମାନ ଭାବରେ ବର୍ଷା ହେବ ନାହିଁ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ୮ ତାରିଖରୁ ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାବାସୀଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ପଡ଼ିବ।

ଆଜି ଶାନ୍ତ ପାଣିପାଗ… ଆସନ୍ତା ଦୁଇ ଦିନ ବି ସେମିତି ରହିବ। କିନ୍ତୁ ୮ ତାରିଖରୁ ଆସିପାରେ ବର୍ଷାର ରାଉଣ୍ଡ! ଅପଡେଟ୍ ପାଣିପାଗ ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।

Leave a Reply

Your email address will not be published. Required fields are marked *