17 Oct 2026, Sat

ବିଶେଷକରି ସକାଳ ସମୟରେ ଆମ ପେଟ ଖାଲିଥାଏ । ଏହି ସମୟରେ କ’ଣ ଖାଇବା ଉଚିତ କ’ଣ ନଖାଇବା ଉଚିତ ତାହାକୁ ‌ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ରହିଥାଏ। ତେବେ ଆସନ୍ତୁ ଜାଣିବା ସକାଳ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ । ଖାଲି ପେଟରେ କଫି, ଚା, କିମ୍ବା ସାଇଟ୍ରସ୍ ଫଳ ଖାଇବା ଦ୍ବାରା ଏହା ଆମ ଶରୀରରେ ସମସ୍ୟା ସୃଷ୍ଟି କରିପାରେ । ସକାଳେ ପ୍ରଥମେ ଏକ ଗ୍ଲାସ୍ ଉଷୁମ ପାଣି ପିଇବା ଦ୍ୱାରା ପେଟ ବିଷମୁକ୍ତ ହୁଏ। ଏଥିରେ ଅଳ୍ପ ଲେମ୍ବୁ ମିଶାଇ ପିଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିବା ସହିତ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ପାଚନ ତନ୍ତ୍ରକୁ ହାଲୁକା ଏବଂ ସକ୍ରିୟ ରଖେ। ଯାହା ଆପଣଙ୍କୁ ଦିନସାରା କାମ କରିବା ପାଇଁ ଶକ୍ତି ଯୋଗାଇଥାଏ ।

ସକାଳେ ଖାଲି ପେଟରେ ତେଲ କିମ୍ବା ଭାରି ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ବଢ଼ିପାରେ। ଏହି କ୍ଷେତ୍ରରେ ଓଟ୍ସ ଭଳି ହାଲୁକା ଖାଦ୍ୟ ଖାଇବା ହେଉଛି ସର୍ବୋତ୍ତମ ବିକଳ୍ପ। ଏଭଳି ଖାଦ୍ୟରେ ଫାଇବର ପ୍ରଚୁର ପରିମାଣରେ ରହିଥାଏ। ଯାହାକି ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। ଯଦି ଆପଣ ସକାଳ ସମୟରେ କିଛି ହାଲୁକା ଏବଂ ଶୀଘ୍ର ଖାଇବା୍କୁ ଚାହୁଁଛନ୍ତି ତେବେ କଦଳୀ, ସେଓ କିମ୍ବା ଅମୃତଭଣ୍ଡା ଖାଇ ପାରିବେ।

ଏହି ଫଳଗୁଡ଼ିକ ସହଜରେ ହଜମ ହୁଏ ଏବଂ ପେଟକୁ ଥଣ୍ଡା ରଖିଥାଏ । ଖାଲିପେଟରେ ପଇଡ଼ ପାଣି ବି ପିଇ ପାରିବେ । ସକାଳେ ଖାଲି ପେଟରେ ରାତିସାରା ଭିଜା ହୋଇଥିବା କିସମିସ୍, ବାଦାମ କିମ୍ବା ଅଖରୋଟ ଖାଇବା ଅତ୍ୟନ୍ତ ଲାଭଦାୟକ । ଏହା କେବଳ ହଜମକୁ ସମର୍ଥନ କରେ ନାହିଁ ବରଂ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ପେଟ ସମସ୍ୟାକୁ ଦୂର କରିଥାଏ ।

Leave a Reply

Your email address will not be published. Required fields are marked *