17 Oct 2026, Sat

ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି । ତାଙ୍କୁ ଭୁବନେଶ୍ବର ଏମ୍ସ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର ଲିଭର୍‌ ଖରାପ ଥିବାବେଳେ କିଡ୍‌ନି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଯେଉଁଥିପାଇଁ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ହ୍ୟୁମାନ ସାଗରଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଲିଭର୍‌ ଓ କିଡ୍‌ନି ସହିତ ହ୍ୟୁମାନ୍‌ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି। ସେ ଶ୍ଵାସକ୍ରିୟାଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି । ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଛି । ଏକ୍‌ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ରେ ବହୁ ରୋମାଣ୍ଟିକ୍‌ ଗୀତ ଭେଟି ଦେଇଥିବା ହ୍ୟୁମାନ୍‌ ସାଗର ଘରେ ଘରେ ପରିଚିତ। ହ୍ୟୁମାନଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଅଭିଜିତ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ରହିଛି । ସେପ୍ଟେମ୍ବର ୨୫ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଆଇସିୟୁରୁ ଓ୍ବାର୍ଡକୁ ସିଫ୍ଟ କରାଯାଇଥିଲା । ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

କିଛି ଦିନ ପୂର୍ବରୁ ମଧ୍ୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏସବୁକୁ ଦେଖି ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଲାଗିଛି । ଖାଲି ଓଲିଉଡ୍‌ ନୁହେଁ ବଲିଉଡ଼ରେ ମଧ୍ୟ ଅନେକ ବଡ଼ ବଡ଼ ଷ୍ଟାରଙ୍କ ଦେହ ଅସୁସ୍ଥ ହେବାରେ ଲାଗିଛି । ସେପଟେ ବଲିଉଡରେ ମଧ୍ୟ ଅନେକ କଳାକାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ଅଭିନେତା ଧର୍ମେନ୍ଦ୍ର । ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାର ଖବର ସାମ୍ନାକୁ ଆସିଥିଲା । ତା’ସହ ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *