• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

ମାତା ସୀତାଙ୍କ ରୂପରେ ସାଇ ପଲ୍ଲବୀଙ୍କ ମନମୋହକ ଝଲକ, ‘ରାମାୟଣ’ର ନୂଆ ପ୍ରୋମୋ ଦେଖି ଦର୍ଶକ ମନ୍ତ୍ରମୁଗ୍ଧ!

ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫିଲ୍ମ ରିଲିଜ୍ ପୂର୍ବରୁ ନିର୍ମାତାଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ପୋଷ୍ଟର ଓ ପ୍ରୋମୋ ଜାରି କରାଯାଉଛି। ଏହାରି ମଧ୍ୟରେ ମାତା ସୀତାଙ୍କ ରୂପରେ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ନୂଆ ଝଲକ ସାମ୍ନାକୁ ଆସିଛି। ତାଙ୍କର ଶାନ୍ତ, ସୌମ୍ୟ ଓ ଶାଳୀନ ରୂପ ଦର୍ଶକଙ୍କ ମନ ଜିଣୁଥିବା ବେଳେ ସୋସିଆଲ ମିଡିଆରେ ଏହି ପ୍ରୋମୋକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନୂଆ ପ୍ରୋମୋରେ ସାଇ ପଲ୍ଲବୀଙ୍କୁ ଧରିତ୍ରୀର କନ୍ୟା ଏବଂ ମିଥିଳାର ରାଜକୁମାରୀ ଭାବେ ଦେଖାଯାଇଛି। ମାତା ସୀତାଙ୍କ ରାଜକୀୟ ଜୀବନଠାରୁ ଆରମ୍ଭ କରି ପ୍ରଭୁ ଶ୍ରୀରାମଙ୍କ ସହ ପ୍ରେମ ଓ ସମ୍ପର୍କ, ଏପରିକି ବନବାସ ସମୟର କିଛି ଦୃଶ୍ୟ ମଧ୍ୟ ଏଥିରେ ସ୍ଥାନ ପାଇଛି।

ପ୍ରୋମୋର ଶେଷ ଦୃଶ୍ୟଟି ବେଶ୍ ରୋଚକ ହୋଇଛି। ମାତା ସୀତା କୁଟୀରରେ ବସିଥିବା ସମୟରେ ବାହାରୁ ‘ଭିକ୍ଷାଂ ଦେହି’ ସ୍ୱର ଶୁଣିବାକୁ ମିଳୁଛି। ଏହି ଦୃଶ୍ୟ ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ମନେ ପକାଇ ଦେଉଛି। ନିର୍ମାତାମାନେ ଭିଡିଓଟି ସେୟାର କରି ସୀତାଙ୍କୁ ଧରିତ୍ରୀର କନ୍ୟା, ମିଥିଳାର ରାଜକୁମାରୀ ଏବଂ ଧର୍ମର ମାର୍ଗରେ ଚାଲୁଥିବା ଜଣେ ମହାନ ଚରିତ୍ର ଭାବେ ବର୍ଣ୍ଣନା କରିଛନ୍ତି।

ଲକ୍ଷ୍ମଣ ଭୂମିକାରେ ରବି ଦୁବେଙ୍କ ଦମଦାର ଲୁକ୍

କେବଳ ସାଇ ପଲ୍ଲବୀ ନୁହନ୍ତି, ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଥିବା ରବି ଦୁବେଙ୍କ ଲୁକ୍ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଛି। ନିର୍ମାତାଙ୍କ ପକ୍ଷରୁ ତାଙ୍କର ଏକ ସୋଲୋ କ୍ୟାରେକ୍ଟର ପୋଷ୍ଟର ଜାରି କରାଯାଇଛି। ଏଥିରେ ରବି ଧନୁ ଓ ତୀର ଧରି ଜଣେ ଯୋଦ୍ଧା ଭାବେ ନଜର ଆସିଛନ୍ତି। ତାଙ୍କ ଲୁକ୍‌ରେ ବୀରତ୍ୱ ଓ ଦୃଢ଼ ସଂକଳ୍ପର ଝଲକ ଦେଖିବାକୁ ମିଳିଛି।

ପୋଷ୍ଟର ସହ ନିର୍ମାତା ତାଙ୍କ ଚରିତ୍ରକୁ ଜଣେ ସମର୍ପିତ ଭାଇ, ନିର୍ଭୀକ ଯୋଦ୍ଧା ଏବଂ ଶ୍ରୀରାମଙ୍କ ଢାଲ ଭାବେ ଉପସ୍ଥାପନ କରିଛନ୍ତି। ଏହି ନୂଆ ପୋଷ୍ଟର ପରେ ରବି ଦୁବେଙ୍କ ଲୁକ୍‌କୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

କେବେ ପରଦାକୁ ଆସିବ ‘ରାମାୟଣ’?

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନା ଏବଂ ନମିତ ମଲହୋତ୍ରାଙ୍କ ପ୍ରଯୋଜନାରେ ନିର୍ମିତ ହେଉଛି ଏହି ବହୁ ପ୍ରତୀକ୍ଷିତ ମେଗା ବଜେଟ୍ ଫିଲ୍ମ। ଏଥିରେ ରଣବୀର କପୁର ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା, ୟଶ ରାବଣ, ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ।

ଦୁଇଟି ଭାଗରେ ନିର୍ମାଣ ହେଉଥିବା ଏହି ଫିଲ୍ମର ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ରିଲିଜ୍ ହେବାକୁ ଥିବା ବେଳେ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ଭାଷାରେ ଫିଲ୍ମଟି ରିଲିଜ୍ ହେବ।

ସାଇ ପଲ୍ଲବୀଙ୍କ ସୀତା ରୂପ ଏବଂ ରବି ଦୁବେଙ୍କ ଲକ୍ଷ୍ମଣ ଲୁକ୍ ସାମ୍ନାକୁ ଆସିବା ପରେ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି। ଏବେ ସମସ୍ତଙ୍କ ନଜର ଫିଲ୍ମର ପରବର୍ତ୍ତୀ ଝଲକ ଉପରେ ରହିଛି।

Leave a Reply

Your email address will not be published. Required fields are marked *