17 Oct 2026, Sat

ମହାନଦୀରେ ମଧ୍ୟମ ଧରଣର ବନ୍ୟା । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସୂଚନା ପରେ ଗତକାଲି ସନ୍ଧ୍ୟାରୁ କଟକ ବାଙ୍କୀର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ ହୋଇଛି । ଶାଖା ନଦୀ ହୂଳୁହୁଳା ଉପରେ ୪ ଫୁଟରୁ ଅଧିକ ପାଣି ଚାଲୁଥିବାରୁ ଏହି ଅଞ୍ଚଳର ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି ।

ବନ୍ୟାଜଳ ଘେରି ରହିବାରୁ ୬ଟି ପଞ୍ଚାୟତ ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି । ପାଥପୁର ପଞ୍ଚାୟତର କଇଁମୁଣ୍ଡି ଗାଁ ରାସ୍ତା ସମେତ ତାଳବସ୍ତ, ବିଲିପଡ଼ା ଏବଂ ସୁକୁଆଖେଳା ଗାଁ ଭିତରେ ମଧ୍ୟ ବନ୍ୟା ପାଣି ପଶିଯାଇଛି । ତାଳବସ୍ତ-ବିଲିପଡ଼ା ରାସ୍ତାରେ ଯାତାୟାତ ଠପ୍ ହୋଇଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ପରିସ୍ଥିତି ଗମ୍ଭୀର ରହିଥିବାରୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *