ବଲିଉଡରୁ ଆସିଛି ଖୁସି ଖବର। ଅଭିନେତ୍ରୀ କିଆରା ଆଡଭାନୀ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ପୁଣିଥରେ ପିତାମାତା ହେବାକୁ ଯାଉଛନ୍ତି। ଅକ୍ଟୋବର ୭ରେ ଦୁହେଁ ସୋସିଆଲ ମିଡିଆରେ ଏକ ଯୁଗ୍ମ ପୋଷ୍ଟ ଶେୟାର କରି ଦ୍ୱିତୀୟ ସନ୍ତାନ ଆସିବାର ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।
କିଆରା ଏବଂ ସିଦ୍ଧାର୍ଥ ଏକ ସୁନ୍ଦର ଫଟୋ ମାଧ୍ୟମରେ ଏହି ଖୁସି ଖବର ଦେଇଛନ୍ତି। ଫଟୋରେ ତାଙ୍କ ଝିଅ ସାରାୟାଙ୍କ ଛୋଟ ହାତ ସହ ଏକ ଯୋଡ଼ା ଛୋଟ ଶିଶୁ ମୋଜା ଦେଖିବାକୁ ମିଳିଛି। ଏହି ଫଟୋ ସହ ଦମ୍ପତି ଲେଖିଛନ୍ତି—“Blessed once again with the greatest gift of all. Our hearts are so full of love and gratitude.”
ପୋଷ୍ଟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଶୁଭେଚ୍ଛାର ବନ୍ୟା ଛୁଟିଛି। ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କରଣ ଜୋହର, କରୀନା କପୁର ଖାନ୍, କରିସ୍ମା କପୁର ଏବଂ ପରିଣୀତି ଚୋପ୍ରାଙ୍କ ସମେତ ଅନେକ ଷ୍ଟାର୍ ଶୁଭେଚ୍ଛା ଜଣାଇଛନ୍ତି।
କିଆରା ଏବଂ ସିଦ୍ଧାର୍ଥ ୨୦୨୩ରେ ବିବାହ କରିଥିଲେ। ୨୦୨୫ରେ ଦୁହେଁ ପ୍ରଥମ ସନ୍ତାନ ଭାବେ ଝିଅ ସାରାୟାଙ୍କୁ ସ୍ୱାଗତ କରିଥିଲେ। ଏବେ ପୁଣିଥରେ ପରିବାରକୁ ଆଉ ଜଣେ ନୂଆ ସଦସ୍ୟ ଆସିବାକୁ ଯାଉଛନ୍ତି।
ଦ୍ୱିତୀୟ ସନ୍ତାନ ଆସିବା ନେଇ ଖୁସି ଖବର ଘୋଷଣା ପରେ କିଆରା ଏବଂ ସିଦ୍ଧାର୍ଥଙ୍କ ଫ୍ୟାନ୍ସମାନେ ଏବେ ଦମ୍ପତିଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଉଛନ୍ତି।

