ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଧର୍ମଶାଳାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ଭାରତ ୭ ଓ୍ଵିକେଟରେ ଜିତି ନେଇଛି। ୧୧୮ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ।ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଧର୍ମଶାଳାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ଭାରତ ୭ ଓ୍ଵିକେଟରେ ଜିତି ନେଇଛି। ୧୧୮ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ଅଭିଷେକ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୫.୨ ଓଭରରେ ଦୁଇ ବ୍ୟାଟର ୬୦ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ।
ଅଭିଷେକ ୧୮ ବଲରୁ ୩ ଚୌକା ଓ ୩ ଛକା ସହ ୩୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ତିଳକ ବର୍ମା ୩୨ ରନ ଯୋଡ଼ିଥିଲେ। ଫର୍ମ ଦେଇ ସଂଘର୍ଷ କରୁଥିବା ଗିଲ୍ ୨୮ ବଲରୁ ୨୮ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ୧୨ ରନ କରି ପୁଣି ନିରାଶ କରିଥିଲେ। ତିଳକ ବର୍ମା ୨୫ ରନ ଓ ଶିବମ ଦୁବେ ୧୦ ରନ ଅପରାଜିତ ରହି ଦଳକୁ ଜିତାଇଛନ୍ତି। ଭାରତ ୧୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ଦ୍ଵାରା ଧାର୍ଯ୍ୟ ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରିଛି। ଅଭିଷେକ ଶର୍ମା ସର୍ବାଧିକ ୩୫ ରନ କରିଥିବା ବେଳେ ତିଳକ ବର୍ମା ଅପରାଜିତ ୨୫ ରନ କରିଛନ୍ତି।
ଦ. ଆଫ୍ରିକା ପକ୍ଷରୁ ଆଡନ ମାର୍କରାମ ୬୧ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୪ ଓଭରରେ ମାତ୍ର ୧୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ବରୁଣ ଚକ୍ରବର୍ତ୍ତୀ ୧୧ ରନ ଦେଇ ୨ଟି, କୁଲଦୀପ ଯାଦବ ୧୨ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହର୍ଷିତ ରାଣା ୩୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ହାର୍ଦ୍ଦିକ ଓ ଦୁବେ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।
ଦଳକୁ ପ୍ରଥମ ଓଭରରେ ଝଟକା ଦେଇଥିଲେ ଅର୍ଶଦୀପ ସିଂ। ରିଜା ହେଣ୍ଡ୍ରିକ୍ସ ଖାତା ଖୋଲି ପାରି ନ ଥିଲେ। ପୁଣି କ୍ଵିଣ୍ଟନ ଡିକକ ପାଭିଲିୟନ ଫେରିଥିଲେ। ୭ ରନ ସ୍କୋରରେ ଡିଓ୍ଵାର୍ଲ୍ଡ ବ୍ରେଭିସ ହର୍ଷିତ ରାଣାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଗୋଟିଏ ପଟେ ଅଧିନାୟକ ଆଡନ ମାର୍କରାମ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲେ। ଟ୍ରିଷ୍ଟନ ଷ୍ଟବ୍ସ ୯ ରନ, କୋର୍ବିନ ବୋଶ ୪ ରନ କରି ନିରାଶ କରିଥିଲେ।
ଡୋନଭାନ ଫେରେରା ୨୦ ରନ କରିବା ସହ ଦୁଇ ଅଙ୍କ ଛୁଇଁ ପାରି ଥିଲେ। ମାର୍କୋ ଜନସେନ ୨ ରନ ଏବଂ ଓଟନିଲ ବାର୍ଟମ୍ୟାନ ୧ ରନ କରି ପାଭିଲିୟନ ଫେରିଥିଲେ। ଅଦିନାୟକ ଆଡନ ମାରକ୍ରମ ୪୬ ବଲରୁ ୬୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥିରେ ୬ ଚୌକା ଓ ୨ ଛକା ସାମିଲ୍। ଶେଷରେ ଭ୍ରମଣକାରୀ ଦଳ ୧୧୭ ରନ କରି ପାରିଛି। ସିରିଜର ଚତୁର୍ଥ ମ୍ୟାଚ୍ ଡିସେମ୍ବର ୧୭ରେ ଲକ୍ଷ୍ନୌରେ ଖେଳାଯିବ।

