• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

ଜର୍ମାନୀରେ ଜେନ୍‌-ଜିଙ୍କ ତୀବ୍ର ଆନ୍ଦୋଳନ! ୩୪ରୁ ଅଧିକ ସହରରେ ବିକ୍ଷୋଭ, ଫ୍ରାଙ୍କଫର୍ଟରେ ଭଙ୍ଗାରୁଜା ଓ ଲୁଟ୍‌ପାଟ୍

ଜର୍ମାନୀରେ ଯୁବପିଢ଼ିଙ୍କ ଆନ୍ଦୋଳନ ଏବେ ଉଗ୍ର ରୂପ ଧାରଣ କରିଛି। ସରକାରଙ୍କ ବାଧ୍ୟତାମୂଳକ ସାମରିକ ସେବା ନୀତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଅନୁଦାନ ଏବଂ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଯୁବକ-ଯୁବତୀ। ଦେଶର ୩୪ରୁ ଅଧିକ ସହରରେ ଏକାସାଙ୍ଗରେ ଏହି ପ୍ରତିବାଦ ଜୋରଦାର ହୋଇଛି। ତେବେ କେତେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ହିଂସାତ୍ମକ ରୂପ ନେବା ପରେ ପରିସ୍ଥିତି ଜଟିଳ ହୋଇପଡ଼ିଛି।

‘ଜେନ୍ ଜି ରେଗେଲ୍ଟ’ ସଂଗଠନର ଆହ୍ୱାନରେ ବର୍ଲିନ୍, ଫ୍ରାଙ୍କଫର୍ଟ, ମ୍ୟୁନିଚ୍ ଓ ହାମ୍ବୁର୍ଗ ସମେତ ଦେଶର ବିଭିନ୍ନ ପ୍ରମୁଖ ସହରରେ ହଜାର ହଜାର ଯୁବକ-ଯୁବତୀ ବିକ୍ଷୋଭ କରିଛନ୍ତି। ସେମାନଙ୍କର ମୁଖ୍ୟ ଦାବି ହେଉଛି ବାଧ୍ୟତାମୂଳକ ସାମରିକ ସେବା ବ୍ୟବସ୍ଥାର ପ୍ରତ୍ୟାହାର। ଏହାସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ସରକାରୀ ଖର୍ଚ୍ଚ ବୃଦ୍ଧି କରିବା ସହ ସାଧାରଣ ଲୋକଙ୍କ ଉପରେ ବଢ଼ୁଥିବା ଆର୍ଥିକ ବୋଝ କମାଇବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ।

ତେବେ ଶନିବାର ରାତିରେ ଫ୍ରାଙ୍କଫର୍ଟରେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା। ମୁଖାପିନ୍ଧା କିଛି ଦୁର୍ବୃତ୍ତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନରେ ଲୁଟ୍‌ପାଟ୍ କରିବା ସହ ଭଙ୍ଗାରୁଜା କରିଥିଲେ। ସହରର ମଧ୍ୟଭାଗରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ପୁଲିସକୁ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା।

ଏପରିକି ଉପଦ୍ରବକାରୀମାନେ ଅଗ୍ନିଶମ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଉପରକୁ ପେଟ୍ରୋଲ୍ ବୋମା ଏବଂ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ପୁଲିସ ସାରା ସହରରେ ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରେଇ ରହିବାକୁ ବାରମ୍ବାର ନିବେଦନ କରିଥିଲା।

ସେହିପରି ହାମ୍ବୁର୍ଗରେ ମଧ୍ୟ ଆନ୍ଦୋଳନ ହିଂସାତ୍ମକ ହୋଇଥିଲା। ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ପାଇଁ ତିଆରି ହୋଇଥିବା ବ୍ୟାରିକେଡ୍‌ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଅଗ୍ନିକାଣ୍ଡ ଓ ଅଶାନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ୱାଟର କ୍ୟାନନ୍ ବ୍ୟବହାର କରିବାକୁ ପଡ଼ିଥିଲା।

ଅନ୍ୟପଟେ ଜର୍ମାନୀର ଚାନ୍ସେଲର ଫ୍ରିଡରିକ୍ ମେର୍ଜଙ୍କ ସରକାରୀ ନୀତିକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଯୁବ ସଂଗଠନର ବକ୍ତା ଲିନା ଫ୍ରିଡରିଚ୍ କହିଛନ୍ତି ଯେ, ସେମାନେ ଯୁଦ୍ଧ କିମ୍ବା ବାଧ୍ୟତାମୂଳକ ନିୟମ ପାଇଁ ନୁହେଁ, ବରଂ ଶାନ୍ତି, ସ୍ୱାଧୀନତା ଏବଂ ଏକ ସୁଦୃଢ଼ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ସଂଗ୍ରାମ କରୁଛନ୍ତି।

ଏହି ଆନ୍ଦୋଳନକୁ ନେଇ ଜର୍ମାନୀ ସରକାର ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଶାନ୍ତିପୂର୍ଣ୍ଣ ଯୁବ ପ୍ରଦର୍ଶନର ସୁଯୋଗ ନେଇ କେତେକ ବାମପନ୍ଥୀ ଏବଂ ବିଦେଶୀ ଉଗ୍ରବାଦୀ ଗୋଷ୍ଠୀ ହିଂସା ସୃଷ୍ଟି କରୁଛନ୍ତି। ତେଣୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରଖିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ପ୍ରସଙ୍ଗରେ ହେସେ ରାଜ୍ୟର ଗୃହମନ୍ତ୍ରୀ ରୋମାନ୍ ପୋସେକ୍ କଡ଼ା ଚେତାବନୀ ଦେଇଛନ୍ତି। ଫ୍ରାନ୍ସରେ ଦେଖାଦେଇଥିବା ଲୁଟ୍‌ପାଟ୍ ଓ ଭଙ୍ଗାରୁଜା ଭଳି ସ୍ଥିତିକୁ ଜର୍ମାନୀରେ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଜର୍ମାନୀର ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଆନ୍ଦୋଳନର ପରବର୍ତ୍ତୀ ରୂପକୁ ନେଇ ଚର୍ଚ୍ଚା ବଢ଼ିଛି। ଯୁବପିଢ଼ିଙ୍କ ଦାବିକୁ ସରକାର କିପରି ଗ୍ରହଣ କରୁଛନ୍ତି ଏବଂ ହିଂସାତ୍ମକ ଘଟଣାକୁ କିପରି ନିୟନ୍ତ୍ରଣ କରୁଛନ୍ତି, ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *