ଶୀତ ଋତୁରେ ଓଠ ଫାଟିବା ଏକ ବଡ଼ ସମସ୍ୟା । ଶୁଖିଲା ଏବଂ ଫାଟିଥିବା ଓଠରୁ ମୁକ୍ତି ପାଇବା ପାଇଁ, ଅଧିକାଂଶ ଲୋକ ବଜାରରେ ଉପଲବ୍ଧ ମଏଶ୍ଚରାଇଜର, ଲୋସନ୍ କିମ୍ବା ପେଟ୍ରୋଲିୟମ୍ ଜେଲି ବ୍ୟବହାର କରନ୍ତି। ହେଲେ ଏହି ଉତ୍ପାଦଗୁଡ଼ିକରେ ଥିବା ରାସାୟନିକ ପଦାର୍ଥଗୁଡ଼ିକ ଅଧିକ ସମୟ ଲାଭ ଦିଏ ନାହିଁ ଯାହାଦ୍ଵାରା ଓଠ ଅଧିକ ଫାଟିଥାଏ । ଏପରି ପରିସ୍ଥିତିରେ, ଘରୋଇ ଉପଚାର ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହୁଏ ।
ତେଣୁ, ଘରେ କିପରି ଆପଣ ଲିପ୍ ବାମ୍ ତିଆରି କରିପାରିବେ ଜାଣନ୍ତୁ…
ଘରେ ଲିପ୍ବାମ୍ ତିଆରି କରିବା ପାଇଁ ପ୍ରଥମେ ବିଟ୍ ରୁଟକୁ ଭଲ ଭାବରେ ଛୋଟ ଛୋଟ କରି କାଟି ନିଅନ୍ତୁ । ତାପରେ ସେଥିରେ ଗୋଲାପ ଜଳ ଏବଂ ଗୋଲାପ ଫୁଲର ପାଖୁଡା ମିଶାଇ ଗ୍ରାଇଣ୍ଡ କରନ୍ତୁ । ଏହି ମିଶ୍ରଣକୁ ଏକ କପଡ଼ାରେ ରଖି ଛାଣିନେବା ପରେ ସେଥିରେ ନଡ଼ିଆ ତେଲ ଏବଂ ବାଦାମ ତେଲ ଭଲ ଭାବରେ ମିଶାନ୍ତୁ।
ତାପରେ, ସେହି ମିଶ୍ରଣରେ ଆଲୋଭେରା ଜେଲ ଏବଂ ପେଟ୍ରୋଲିୟମ୍ ଜେଲି ମିଶାନ୍ତୁ । ଏହି ପେଷ୍ଟକୁ କିଛି ସମୟ ପାଇଁ ମାଇକ୍ରୋୱେଭ୍ କରନ୍ତୁ । ଯଦି ଆପଣଙ୍କର ମାଇକ୍ରୋୱେଭ୍ ନାହିଁ, ତେବେ ଆପଣ ଏକ ପାତ୍ରରେ ପାଣି ଗରମ କରି ସେଥିରେ ମିଶ୍ରଣ ଥିବା ପାତ୍ର ରଖିପାରିବେ। ଆପଣଙ୍କର ଲିପ୍ ବାମ୍ ଏବେ ପ୍ରସ୍ତୁତ । ଆପଣ ଏହାକୁ ଏକ କାଚ ପାତ୍ର କିମ୍ବା ବୋତଲରେ ରଖି ବ୍ୟବହାର କରିପାରିବେ ।

