• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

୧୦ ଲକ୍ଷ ଲୋକଙ୍କୁ ନେଇ ଦିଲ୍ଲୀରେ INDIA ମେଣ୍ଟର ମହାସମାବେଶ! ୪ ହଜାରରୁ ଅଧିକ ପୁଲିସ ମୁତୟନ, ଟ୍ରାଫିକ୍ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ଆଜି, ନଭେମ୍ବର ୧ ତାରିଖ ରବିବାର, ଆୟୋଜିତ ହେଉଛି ବିରୋଧୀ ମେଣ୍ଟ INDIAର ବିଶାଳ ସମାବେଶ। ନିର୍ବାଚନରେ କଥିତ ଅନିୟମିତତା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗ ବିରୋଧରେ ଚାପ ସୃଷ୍ଟି କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ। ଏହାସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଉଠାଇଛି ବିରୋଧୀ ମେଣ୍ଟ।

ଏହି ସମାବେଶରେ ପ୍ରାୟ ୧୦ ଲକ୍ଷ ଲୋକ ଯୋଗଦେବେ ବୋଲି କଂଗ୍ରେସ ଓ INDIA ମେଣ୍ଟର ନେତାମାନେ ଆଶା ରଖିଛନ୍ତି। ଅନ୍ୟପଟେ ଦିଲ୍ଲୀ ପୁଲିସର ଆକଳନ ଅନୁସାରେ ପ୍ରାୟ ୫୦ ହଜାର ଲୋକ ସମାବେଶରେ ସାମିଲ ହୋଇପାରନ୍ତି। ରାମଲୀଳା ମୈଦାନରେ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ଓ ଯାତାୟାତ ପରିଚାଳନା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବିରୋଧୀ ମେଣ୍ଟର ନେତାମାନେ ଏହି ସମାବେଶକୁ ଐତିହାସିକ କରିବାକୁ ଉଦ୍ୟମ ଚଳାଇଛନ୍ତି। ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଭୋଟର ତାଲିକା ସଂଶୋଧନକୁ ନେଇ ନିଜ ଆପତ୍ତି ଜଣାଇବା ସହ ନିର୍ବାଚନ ଆୟୋଗଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବାକୁ ବିରୋଧୀ ଦଳଗୁଡ଼ିକ ଏହି ମଞ୍ଚକୁ ବ୍ୟବହାର କରୁଛନ୍ତି।

ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ଅନୁରୋଧ

ଅନ୍ୟପଟେ ଦୀପାବଳି ପୂର୍ବରୁ ଦିଲ୍ଲୀରେ ଏହି ବିଶାଳ ସମାବେଶ ଆୟୋଜନକୁ ନେଇ ବ୍ୟବସାୟୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ସମାବେଶ ଯୋଗୁଁ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଭିଡ଼ ଓ ଟ୍ରାଫିକ୍ କଟକଣା ଲାଗିପାରେ। ଏହାଦ୍ୱାରା ବ୍ୟବସାୟ ଏବଂ ସାଧାରଣ ଯାତାୟାତ ପ୍ରଭାବିତ ହେବା ଆଶଙ୍କା କରିଛନ୍ତି ବ୍ୟବସାୟୀମାନେ। ଏନେଇ ଦିଲ୍ଲୀର ବ୍ୟବସାୟୀ ସଂଗଠନ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ସମାବେଶ ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିବା ଖବର ମିଳିଛି।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମାବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ୪ ହଜାରରୁ ଅଧିକ ପୁଲିସ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (CAPF) ମୁତୟନ କରାଯାଇଛି। ରାମଲୀଳା ମୈଦାନକୁ ୧୪ଟି ସୁରକ୍ଷା ଜୋନ୍‌ରେ ବିଭକ୍ତ କରାଯାଇଛି। ଭିଡ଼ ଉପରେ ନଜର ରଖିବା ପାଇଁ ୨୦୦ରୁ ଅଧିକ CCTV କ୍ୟାମେରା ସହ ଡ୍ରୋନ୍ ଓ ବଡି କ୍ୟାମେରା ବ୍ୟବହାର କରାଯାଉଛି। ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।

ଦିଲ୍ଲୀରେ ଟ୍ରାଫିକ୍ କଟକଣା

ସମାବେଶ ପାଇଁ ରବିବାର ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦିଲ୍ଲୀର କିଛି ପ୍ରମୁଖ ରାସ୍ତାରେ ଯାତାୟାତ କଟକଣା ଓ ଡାଇଭର୍ସନ୍ ଲାଗୁ କରାଯାଇଛି। ITO, ଦିଲ୍ଲୀ ଗେଟ୍, ରାଜଘାଟ, ଅଜମେରୀ ଗେଟ୍ ଓ ତୁର୍କମାନ ଗେଟ୍‌ ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ପ୍ରଭାବିତ ହୋଇପାରେ। ଏହାସହ ବାହାଦୁର ଶାହ ଜଫର ମାର୍ଗ, ଜବାହରଲାଲ ନେହରୁ ମାର୍ଗ ଓ ମିଣ୍ଟୋ ରୋଡ୍‌ରେ ମଧ୍ୟ ଯାତାୟାତ ନେଇ ସତର୍କତା ଜାରି କରାଯାଇଛି।

ତେଣୁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ଯାତ୍ରୀମାନଙ୍କୁ ନିଜ ଯାତ୍ରା ପୂର୍ବରୁ ଯୋଜନା କରିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ନିର୍ବାଚନୀ ସ୍ୱଚ୍ଛତା, SIR ପ୍ରକ୍ରିୟା ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିକୁ ନେଇ INDIA ମେଣ୍ଟର ଏହି ସମାବେଶ ଦିଲ୍ଲୀର ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି।

Leave a Reply

Your email address will not be published. Required fields are marked *