ଭୁବନେଶ୍ୱର: ୭ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଓଡ଼ିଶା ଫେରିବେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ୟକ୍ତିଗତ କାର୍ଯ୍ୟରେ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିଲେ।
ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟା ୫୦ ମିନିଟ୍ରେ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ୭ ଦିନିଆ ଦିଲ୍ଲୀ ରହଣି ପରେ ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

ନବୀନଙ୍କ ଦିଲ୍ଲୀ ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିବା କୁହାଯାଇଛି। ଏହି ସମୟରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନେଇ ତାଙ୍କ ପକ୍ଷରୁ ସୂଚନା ଦିଆଯାଇନଥିଲା।
ତେବେ ନବୀନଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନକୁ ନେଇ ବିଜେଡି ଶିବିରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଫେରିବା ପରେ ଦଳୀୟ କାର୍ଯ୍ୟକ୍ରମ ଓ ଆଗାମୀ ରାଜନୈତିକ ଗତିବିଧି ଉପରେ ନଜର ରହିବ।

