18 Oct 2026, Sun

ପରଦାରେ ଷ୍ଟାର୍, ହୃଦୟରେ ଜଗନ୍ନାଥ ଭକ୍ତି

ପରଦାରେ ଷ୍ଟାର୍ କିନ୍ତୁ ହୃଦୟରେ ଭକ୍ତି ଓ ସଂସ୍କାର । ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ଷ୍ଟେଜ୍‌ ଉପରେ ନିଜ ଜୋତା ଖୋଲିଦେଲେ ଦକ୍ଷିଣୀ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଖାଲି ପାଦରେ ଆଗକୁ ବଢ଼ି ଶ୍ରଦ୍ଧାର ସହ ମହାପ୍ରଭୁଙ୍କ ମୂର୍ତ୍ତି ଗ୍ରହଣ କରି ଜଣାଇଲେ ନମସ୍କାର । ତାଙ୍କର ଏହି ବିନମ୍ର ଆଚରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ହୃଦୟ ଜିତିଥିବାବେଳେ, ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ପ୍ରଶଂସା ସାଉଁଟୁଛି ।

ପରଦାରେ ଷ୍ଟାଇଲିସ୍ ଷ୍ଟାର୍… କିନ୍ତୁ ବାସ୍ତବ ଜୀବନରେ ସଂସ୍କୃତି ଓ ଆସ୍ଥା ପ୍ରତି ଗଭୀର ସମ୍ମାନ । ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ଷ୍ଟେଜ୍‌ ଉପରେ ନିଜ ଜୋତା ଖୋଲି ଅଲ୍ଲୁ ଅର୍ଜୁନ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି ।

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପୁଣିଥରେ ନିଜର ଆଚରଣ, ଭଗବାନଙ୍କ ପ୍ରତି ସମ୍ମାନ ଯୋଗୁଁ ପ୍ରଶଂସାର ପାତ୍ର ହୋଇଛନ୍ତି । ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ଷ୍ଟେଜ୍‌ ଉପରେ ନିଜ ଜୋତା ଖୋଲିଥିଲେ । ଏହି ଦୃଶ୍ୟକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମନକୁ ଛୁଇଁଥିଲା ଆଉ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅଲ୍ଲୁ ଅର୍ଜୁନଙ୍କୁ ସମ୍ମାନ ସ୍ୱରୂପ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରଦାନ କରାଯାଉଥିଲା । ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ସେ ତୁରନ୍ତ ନିଜର ଜୋତା ଖୋଲି ଖାଲି ପାଦରେ ଷ୍ଟେଜ୍‌ ଉପରକୁ ଯାଇଥିଲେ । ପରେ ସେ ଶ୍ରଦ୍ଧାର ସହ ମୂର୍ତ୍ତିକୁ ଗ୍ରହଣ କରି ନମସ୍କାର ଜଣାଇଥିଲେ ।

ଅଲ୍ଲୁ ଅର୍ଜୁନଙ୍କ ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ଅନେକେ ପ୍ରଶଂସା କରୁଛନ୍ତି । ଅନେକ ୟୁଜର୍ସ କହିଛନ୍ତି ଯେ, ଧାର୍ମିକ ପରମ୍ପରା ଓ ଆସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରିବାରେ ଅଭିନେତାଙ୍କ ଏହି ଆଚରଣ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ।

ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ଏବଂ ଭକ୍ତମାନଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ଏହି ବିନମ୍ରତାକୁ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *