ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସନୋଟ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ । ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ।
ଅପରାହ୍ନ ୫ଟାରେ ହେବ ଭୋଟ୍ ଗଣତି । ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି । ମମତା ମହାନ୍ତ, ମୁନା ଖାନ୍, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି। ଏପ୍ରିଲରେ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଏହି ଖାଲି ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡୁରେ ୬ଟି, ପଶ୍ଚିମବଙ୍ଗରେ ୫ଟି, ତେଲେଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୬ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ, ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି ।
ସେପଟେ ବହୁ ପୂର୍ବରୁ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଖାଲି ହେବାକୁ ଥିବା ୪ଟି ଆସନରୁ ୩ଟି ଆସନକୁ ବେଶ ସହଜରେ ଭାଗବାଣ୍ଟି ନେବେ ଉଭୟ ବିଜେପି ଓ ବିଜେଡି। ହେଲେ ଚତୁର୍ଥ ଆସନ ପାଇଁ ରୋଚକ ହେବ ଓଡ଼ିଶା ରାଜନୀତି। ସଂଖ୍ୟା ନ ଥାଇ କଂଗ୍ରେସ ରାଜ୍ୟସଭା ଲଢେଇରେ ଏଣ୍ଟ୍ରି ମାରିବାକୁ ମନସ୍ଥ କରିଥିବାରୁ ଚତୁର୍ଥ ଆସନ କିଏ ଦଖଲ କରିବ ତାହା ସବୁଠୁ ବଡ ପ୍ରଶ୍ନ । ରାଜ୍ୟ ରାଜନୀତି ଦେଖିପାରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଧରିଛି ।
ସେପଟେ ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଜୋର ଧରିଲା ବୟାନ ବାଜି । ଚତୁର୍ଥ ଆସନ କୁ ବିଜେଡି- ବିଜେପି ଟଣା ଓଟରା । କଂଗ୍ରେସ ବି ଦଳ ଭିତରୁ ଆମେ ଜଣଙ୍କୁ ପ୍ରାର୍ଥୀ କରିବୁ। ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ବିଜେପି ବିଭିନ୍ନ ଗଣିତ କଶୁଛି । ତାଙ୍କ ଦଳ ଘୋଡ଼ା ବେପାର ରେ ବିଶ୍ୱାସ କରେ ସେଥିପାଇଁ ସେମାନେ ଚତୁର୍ଥ ଆସନ ଦାବି କରୁଛନ୍ତି । କିନ୍ତୁ ବିଜେଡି ଦୁଇଟି ଆସନ ସୁନିଶ୍ଚିତ ନେବ । ବିଜେଡି ଦୁଇ ଜଣ ପ୍ରାଥି ମଇଦାନକୁ ଓହ୍ଲାଇବ । ରାଜନୀତିର ଗଣିତ କେତେବେଳେ କଣ ହେବ କିଛି କହି ହେବନି । ମାତ୍ର ବିଜେଡି ସେ ଅଙ୍କ କଷିବା ରେ ମାହିର । ବିଜେଡି କେଉଁ ରଣନୀତି ଆପଣେଇଛି ନାମାଙ୍କନ ବେଳକୁ ଜାଣି ପାରିବେ । ନବୀନ ପଟ୍ଟନାୟକ ବରିଷ୍ଠ କନିଷ୍ଠ ସମସ୍ତ ଙ୍କୁ ନେଇ କି ଗଣିତ କଷିବାରେ ମାହିର। ସବୁ ଦିଗକୁ ବି ବିଚାର କରି ପ୍ରାର୍ଥୀ ଦେବ ବିଜେଡି।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଓ ଅଶୋକ ମହାନ୍ତି କହିଛନ୍ତି ବିଜେପି ଏମିତି ପ୍ରାର୍ଥୀ ଦେବାକୁ ଯାଉଛି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଓ ଖୁସି କରିବ। ଆମେ ଅଧିକ ଆସନ ଜିତିବୁ । ବିଜେଡି ବିନା ସଂଖ୍ୟା ରେ କେମିତି ଚତୁର୍ଥ ଆସନ ନେବ ସେ ଗଣିତ କୁହନ୍ତୁ । କେବଳ ବାହସ୍ପଟ କଥା କହୁଛନ୍ତି । ବିଜେଡିର ଦୁଇ ନିଲମ୍ବିତ ବିଧାୟକ କାହାକୁ ଭୋଟ ଦେଉଛନ୍ତି ଦେଖନ୍ତୁ । ବିଜେପି ଠିକ ଗଣିତ କସୁଛି ଆମ ଗଣିତ ଅନୁଯାୟୀ ଚତୁର୍ଥ ଆସନ ବିଜେପି ହିଁ ନେବ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ କହିଛନ୍ତି କଂଗ୍ରେସ ନିଶ୍ଚିତ ଭାବେ ଗୋଟେ କ୍ୟାଣ୍ଡିଡେଟ ଦେବ । ଆମ ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ । ଆମ ସମସ୍ତ ବିଧାୟକ ଏକ ହୋଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚେଷ୍ଟା କରିବୁ । ପିସିସି ସଭାପତି କହିଛନ୍ତି ନବୀନଙ୍କୁ ଭେଟିବା ପାଇଁ । ବିଜେଡି ସହ ଆମ ସଭାପତି କଥା ହେବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବା ପାଇଁ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ ।

