17 Oct 2026, Sat

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା ଆରମ୍ଭ । ଗଞ୍ଜାମରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆ ତାରାତାରିଣୀଙ୍କ ପୀଠରୁ ଆରମ୍ଭ ହୋଇଛି ଶୁଭାରମ୍ଭ । କନ୍ୟାର ବୟସ ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ ବରର ବୟସସୀମା ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ ବିବାହରେ ପ୍ରାୟ ୨୦୦ ଦମ୍ପତି ଯୋଗଦେବେ ବୋଲି ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା। ମହିଳାଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ ବୋଲି କହିଛନ୍ତି । କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବନି, ଏହି ଯୋଜନା ମାଧ୍ୟମ ସାଜିବ। ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ। ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ କରିବ। କନ୍ୟାଙ୍କ ପ୍ରତି ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟିରେ ବଡ଼ ଭୂମିକା ଗ୍ରହଣ କରିବ। ଝିଅଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ ଆମର ଲକ୍ଷ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା। ଗଞ୍ଜାମରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକାଶଥାଉକି, ଯୋଗ୍ୟ କନ୍ୟାଙ୍କୁ ଉପହାର ପ୍ରଦାନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଉତ୍କଳିକା ଏହି ଯୋଜନାରେ କନ୍ୟାଙ୍କୁ ହସ୍ତତନ୍ତ ଶାଢ଼ି, ଚୁଡ଼ି, ରୁପାର ପାଉଁଜି ଓ ଝୁଣ୍ଟିଆ ଭଳି ଶୃଙ୍ଗାର ସାମଗ୍ରୀ ସହ ବାସନକୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଯୋଗାଇବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଥିଲେ ।

ଯାହା କହିଥିଲେ ତାହା କରାଇଦେଖାଇଲେ ରାଜ୍ୟ ସରକାର। ଆଜିଠୁ ଆରମ୍ଭ ହୋଇଛି କନ୍ୟା ବିବାହ। ଅନେକ ପରିବାର ଅନେକ ଝିଅ ଏହି ନୂଆ ଆରମ୍ଭକୁ ନେଇ ଖୁସି ବ୍ୟକ୍ତ କରୁଛନ୍ତି। ନୂଆ ସରକାର ଆସିବା ପରେ ଅନେକ କ୍ଷେତ୍ରରେ ହୋଇଛି ବଡ଼ ପରିବର୍ତ୍ତନ। କଥା ଦେଇ କଥା ରଖିଲେ ମୋହନ ସରକାର।

Leave a Reply

Your email address will not be published. Required fields are marked *