18 Oct 2026, Sun

ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ଵେଣ୍ଟିରେ ଛକା ବର୍ଷା ହୋଇଛି । ଗୋଟିଏ ମ୍ୟାଚ୍‌ରେ ୩୬ଟି ଛକା ମାରିଛନ୍ତି ୨ ଦଳ । ଭାରତ ପକ୍ଷରୁ ଇଶାନ କିଷନ ସର୍ବାଧିକ ୧୦ଟି ଛକା ମାରିଛନ୍ତି । ଏହି ମ୍ୟାଚ୍‌କୁ ଭାରତ ୪୬ ରନ୍‌ରେ ଜିତିବା ସହ ସିରିଜ୍‌କୁ ୪-୧ରେ କବ୍‌ଜା କରିଛି । ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା । ୫ ୱିକେଟ୍ ହରାଇ ୨୭୧ ରନ୍ କରିଥିଲା ଭାରତ । ଇଶାନ କିଷନ ସର୍ବାଧିକ ୧୦ଟି ଛକା, ୬ଟି ଚଉକା ସହାୟତାରେ ୧୦୩ ରନ୍ କରିଛନ୍ତି ।

ଇଶାନଙ୍କ ପରେ ସୂର୍ଯ୍ୟକୁମାର ଯାଦବ ୬ଟି ଛକା ମାରିଥିବା ବେଳେ ଅଭିଷେକ ଶର୍ମା ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଏବଂ ଶିବମ ଦୁବେ ଗୋଟିଏ ଛକା ମାରିଛନ୍ତି । ଏଭଳି ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ମୋଟ ୨୩ଟି ଛକା ବର୍ଷା କରିଛନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି-ଟ୍ଵେଣ୍ଟି ମ୍ୟାଚ୍‌ରେ । ସେହିଭଳି ନ୍ୟୁଜିଲାଣ୍ଡ ପକ୍ଷରୁ ଫିନ୍ ଆଲେନ ସର୍ବାଧିକ ୬ଟି ଛକା ମାରି ୮୦ ରନ୍ କରିଥିବା ବେଳେ ରଚିନ ରବୀନ୍ଦ୍ର ୨ଟି ଛକା, ମିଚେଲ ୨ଟି ଛକା ଓ ଇସ୍ ସୋଧି ୩ଟି ଛକା ମାରିଛନ୍ତି । ଏଭଳି ଭାବେ ନ୍ୟୁଜିଲାଣ୍ଡ ଗୋଟିଏ ଇନିଂସରେ ୧୩ଟି ଛକା ବର୍ଷା କରିଛି ।

୨୭୨ ରନ୍‌ର ପିଛା କରୁଥିବା ଇଂଲଣ୍ଡ ୧୯.୪ ଓଭରରେ ୨୨୫ ରନ୍‌ରେ ଅଲଆଉଟ୍ ହୋଇଛି । ଫଳରେ ଅନ୍ତିମ ମ୍ୟାଚ୍‌କୁ ଭାରତ ୪୬ ରନ୍‌ରେ ଜିତି ନେବା ସହ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆରମ୍ଭ ପୂର୍ବରୁ ସ୍ଥିତିକୁ ବେଶ୍ ମଜଭୁତ୍ କରିଛି । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ ୩ଟି ଏବଂ ବରୁଣ ଚକ୍ରବର୍ତ୍ତୀ ଓ ରିଙ୍କୁ ସିଂ ଗୋଟିଏ ଲେଖାଏଁ ୱିକେଟ୍ ହାତେଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ୍ ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।

Leave a Reply

Your email address will not be published. Required fields are marked *