17 Oct 2026, Sat

ମକର ସଂକ୍ରାନ୍ତିରେ ସ୍କୁଲ ଛୁଟି ବାତିଲ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ SSD ହାଇସ୍କୁଲମାନଙ୍କୁ ନିର୍ଦ୍ଦେଶନାମା । ବାରିପଦା ITDA ପକ୍ଷରୁ ସମସ୍ତ SSD ହାଇସ୍କୁଲ ମାନଙ୍କୁ ଚିଠି । ମକର ସଂକ୍ରାନ୍ତିରେ ଦଶମ ଶ୍ରେଣୀ ପିଲାଙ୍କର ନିୟମିତ ପାଠ ପଢ଼ାଯିବ ।

ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର ହୋଇଥ‌ିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହଷ୍ଟେଲରେ ରହି ପଢୁଥ‌ିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହ ଛୁଟି ସମୟରେ ସେମାନଙ୍କୁ ଶିକ୍ଷାଦାନ ପାଇଁ ବାରିପଦା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହାକୁ ନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଜିଲ୍ଲାର ପରମ୍ପରା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପରିବାରରେ ଏହି ପର୍ବ ସମସ୍ତ ସଦସ୍ୟ ଏକତ୍ର ପାଳନ କରିଥାନ୍ତି । ସକାଳେ ମକର ବୁଡ଼ ପକାଇ ନିଆଁପୁହାଁ ଠାରୁ ନୂତନବସ୍ତ୍ର ପରିଧାନ ,ପିଠାପଣା, ମାଛମାଂସ ପ୍ରତ୍ୟେକ ଘରେ ହୋଇଥାଏ ।

ଏପରି ସ୍ଥଳେ ହଷ୍ଟେଲରେ ପିଲାଙ୍କୁ ଅଟକାଇ ରଖିବା ପରମ୍ପରାକୁ ଅସମ୍ମାନ ସଦୃଶ୍ୟ ହୋଇଛି । ରାଜ୍ୟ ସରକାର ୧୪ ତାରିଖ ଛୁଟି ସହ ୧୫ତାରିଖକୁ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଛୁଟି ଅନୁମୋଦନ କରିଥିବା ବେଳେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ନିର୍ଦ୍ଦେଶନାମା ଅସନ୍ତୋଷ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *