ଆଜିର ଦିନରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୩୩ହଜାର ୮୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟର ମୂଲ୍ୟ ୧ ଲକ୍ଷ ୨୨ହଜାର ୭୦୦ ରହିଛି। ତେବେ ଏକ ସପ୍ତାହ ମଧ୍ୟରେ ଦର ସାମାନ୍ୟ କମିଥିଲେ ମଧ୍ୟ ଆଗକୁ ପୁଣିଥରେ ବଢିବାର ସମ୍ଭାବନା ରହିଛି। ସେହିପରି ଧନତେରସ ସମୟରେ ରୂପାଦର ୧୯ହଜାର ୫୦୦ ରହିଥିବା ବେଳେ ବର୍ତମାନ ଏହାର ଦର ୨ ଲକ୍ଷ ୫୦ ହଜାର ଛୁଇଁଛି, ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ପଡିଛି। ପ୍ରତିଦିନ ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର। ଆକାଶଛୁଆଁ ଦର ଯୋଗୁଁ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସୁନା କିଣିବା ଯେମିତି ସ୍ୱପ୍ନ ହୋଇଯାଇଛି।
ଏଣିକି ସୁନା,ରୂପା ଅଳଙ୍କାରକୁ ଛୁଇଁବା ମନା । ଦୋକାନ ଯାଇ କେବଳ ଦେଖିକି ଆସିବାକୁ ପଡ଼ିବ । ମଧ୍ୟବିତ୍ତ ପରିବାରଙ୍କ ପାଇଁ ସୁନା ସ୍ଵପ୍ନ । ଗତ ବର୍ଷ ସମାନ ଦିନରେ ସୁନାମୂଲ୍ୟ ୬୦ରୁ ୬୫ ହଜାର ଥିବା ବେଳେ ଏବେ ଏହିଦର ୧ ଲକ୍ଷ ୩୫ ହଜାରରେ ପହଂଚିଛି। ଯାହା ଆସନ୍ତା ଜାନୁୟାରୀ ମାସକୁ ଦେଢ ଲକ୍ଷ ଟପିଥିବ ବୋଲି ଆଶଂକା କରୁଛନ୍ତି ବଜାର ବିଶେଷଜ୍ଞମାନେ । ସୁନା ଓ ରୁପା ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଁ ଅନେକ କାରଣକୁ ଦାୟୀ କରିଛନ୍ତି ବିଶେଷଜ୍ଞ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ରୁଷ-ୟୁକ୍ରେନ ଯୁଦ୍ଧକୁ ଏହା ପଛର ପ୍ରମୁଖ କାରଣ କୁହାଯାଉଛି। ଏଥି ସହିତ ସୁନା ଉପରେ ନିବେଶ ବଢିବା ମଧ୍ୟ ଦରବୃଦ୍ଧିର ଆଉ ଏକ କାରଣ ବୋଲି କୁହାଯାଉଛି।
ବିଶେଷଜ୍ଞଙ୍କ କହିବାନୁସାରେ, “ବ୍ୟବସାୟୀମାନେ ଚୀନ୍ର ପ୍ରମୁଖ ତଥ୍ୟ ଉପରେ ଧ୍ୟାନ ଦେଉଥିବାରୁ ସୁନା ଏବଂ ରୂପା ସକାରାତ୍ମକ କ୍ଷେତ୍ରରେ ରହିବ, ଏହା ପରେ ଭାରତ, ଆମେରିକା ଏବଂ ୟୁକେର ମୁଦ୍ରାସ୍ଫୀତି ତଥ୍ୟ ଏବଂ ସମସ୍ତ କ୍ଷେତ୍ରର ଅସ୍ଥାୟୀ ଉତ୍ପାଦନ PMI ତଥ୍ୟ ଉପରେ ଧ୍ୟାନ ଦେବେ,” । ମୁଖ୍ୟ ଧ୍ୟାନ ଭାରତ, ଆମେରିକା, ୟୁରୋପ ଏବଂ ୟୁକେର ମୁଦ୍ରାସ୍ଫୀତି ତଥ୍ୟ ସମେତ ସାମୂହିକ ଅର୍ଥନୈତିକ ତଥ୍ୟ ଉପରେ ରହିବ, ଏବଂ ପ୍ରମୁଖ ଅର୍ଥନୀତିରେ ଅସ୍ଥାୟୀ ଉତ୍ପାଦନ ଏବଂ ସେବା PMI ତଥ୍ୟ ମଧ୍ୟ ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାର ବ୍ୟବସାୟୀମାନେ ଅଣ-କୃଷକ ପେରୋଲ ଦାବି, ଗୃହ ତଥ୍ୟ ଏବଂ ଗ୍ରାହକ ଭାବନା ଉପରେ ମଧ୍ୟ ନଜର ରଖିବେ, ଯାହା ସୁନା ମୂଲ୍ୟର ଦିଗ ନିର୍ଣ୍ଣୟ କରିବ ।

