17 Oct 2026, Sat

ଦିଲ୍ଲୀରେ ପହଞ୍ଚିଲେ ମହାନ ଫୁଟ୍‌ବଲର୍‌ ଲିଓନେଲ୍ ମେସି..

କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ପରେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି। ଆଜି ତାଙ୍କର “GOAT Tour India 2025″ର ଶେଷ ପର୍ଯ୍ୟାୟ ପାଇଁ ସେ ଦିଲ୍ଲୀ ଯାଇଛନ୍ତି। ସୂଚନା ମିଳିଛି ଯେ, ଖରାପ ପାଗ ଯୋଗୁଁ ମୁମ୍ବାଇରୁ ତାଙ୍କର ବିମାନ ଦିଲ୍ଲୀରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ସକାଳ ୧୦ଟା ୪୫ରେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା।କିନ୍ତୁ କୁହୁଡ଼ି ଯୋଗୁଁ ତାଙ୍କର ଚାର୍ଟର୍ଡ ବିମାନ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ନ ୨ଟା ୩୦ରେ ପହଞ୍ଚିବା ପରେ, ସେ ସିଧା ଲୀଲା ପ୍ୟାଲେସ୍ ହୋଟେଲକୁ ଯାଇଥିଲେ। ସେଠାରେ କିଛି ବଛା ବଛା ବ୍ୟକ୍ତିଙ୍କୁ ଭେଟିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ବିତାଇବା ପରେ କିଛି ସମୟ ମଧ୍ୟରେ ସେ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯାହାର ଟିକେଟ୍ ବିକ୍ରି ହୋଇସାରିଛି। ସେ ମିଆମି ଫେରିବା ପାଇଁ ବିମାନବନ୍ଦରକୁ ଯିବା ପୂର୍ବରୁ ପୁରୁଣା କିଲାରେ ଏକ ଫଟୋ ସୁଟରେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତେବେ ମେସିଙ୍କୁ ଅପେକ୍ଷା କରି ହଜାର ହଜାର ପ୍ରଶଂସକ ତାଙ୍କୁ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଅପେକ୍ଷା କରି ରହିଥିଲେ।

ଶାହା ମେସିଙ୍କ ଭାରତ ଗସ୍ତକୁ ଆହୁରି ସ୍ୱତନ୍ତ୍ର କରିଥିଲେ ଏବଂ ତାଙ୍କୁ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କ ସ୍ନିଗେଚର ଥିବା ଏକ କ୍ରିକେଟ୍ ବ୍ୟାଟ୍ ପ୍ରଦାନ କରିଥିଲେ। ଏହା ବ୍ୟତୀତ, ସେ ମେସିଙ୍କୁ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ନିମନ୍ତ୍ରଣପତ୍ର ଏବଂ ଟିକେଟ୍ ମଧ୍ୟ ପ୍ରଦାନ କରିଥିଲେ। ମେସି ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନଙ୍କୁ ହାତ ହଲାଇ କିଛି ଫୁଟବଲ୍ ମଧ୍ୟ ଉପହାର ଦେଇଥିଲେ। କାର୍ଯ୍ୟକ୍ରମ ପରେ, ମେସି କହିଥିଲେ, “ମୁଁ ଭାରତରେ ପାଇଥିବା ପ୍ରେମ ଏବଂ ସ୍ନେହ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ଆମ ପାଇଁ ପ୍ରକୃତରେ ଏକ ସୁନ୍ଦର ଅଭିଜ୍ଞତା ଥିଲା।” ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଭଲ ପାଇବାକୁ ଆମେ ସାଥୀରେ ନେଇଯାଉଛୁ। ଆମେ ନିଶ୍ଚିତ ଭାବରେ ଫେରିବୁ। ଆଶା କରୁଛି ଗୋଟିଏ ଦିନ, ଏକ ମ୍ୟାଚ୍ ଖେଳିବା ପାଇଁ କିମ୍ବା ଅନ୍ୟ କୌଣସି ଅବସର ପାଇଁ, କିନ୍ତୁ ଆମେ ନିଶ୍ଚିତ ଭାବରେ ଭାରତ ଆସିବୁ।”

Leave a Reply

Your email address will not be published. Required fields are marked *