17 Oct 2026, Sat

ଆଗାମୀ ୪୮ ଘଣ୍ଟା ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅରେଞ୍ଜ ଆଲର୍ଟ ଜାରି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା ବୋଲି ପୁର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଜୁଲାଇ ଶେଷ ସପ୍ତାହର ଲଗାଣ ବର୍ଷା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି କଲା । ୨୨ ଜିଲ୍ଲା ଲଗାଣ ବର୍ଷା ଓ ବନ୍ୟା ଦାଉରେ ହନ୍ତସନ୍ତ ହେଲା । ଏଭଳି ସ୍ଥିତିରେ ରାଜ୍ୟରେ ପୁଣି ବର୍ଷା ବଢ଼ିବା ଆରମ୍ଭ କରିଦେଲାଣି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି । ବୁଧବାର ବିଳମ୍ବିତ ରାତିରୁ ପାହାନ୍ତିଆ ପର୍ଯ୍ୟନ୍ତ ପ୍ରବଳ ବର୍ଷାରେ ଭୁବନେଶ୍ୱର ଉବୁଟୁବୁ ହୋଇଛି। ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ ସୂଚନା ଅନୁସାରେ ଆଗପଛ ହୋଇ ଏକାଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହେଲାଣି ।

ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି । ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାଖ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । କଟକ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ,ଢେଙ୍କାନାଳ, କେନ୍ଦୁଝର, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ ଅନେକ ଜାଗାରେ ଘଡ଼ଘଡ଼ି ସହ ପବନ, ବର୍ଷା ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *