ଆଜିଠୁ ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ ଅଧିବେଶନ । ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଏଥର ସ୍ଵାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ଉପରେ ରହିପାରେ ଫୋକସ୍ । ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ କାର୍ଯ୍ୟକାରୀ ନେଇ ହୋଇପାରେ ଘୋଷଣା ।
ନିଯୁକ୍ତି ଭିତ୍ତିକ ଶିକ୍ଷା ପାଇଁ ହୋଇପାରେ ଅଧିକ ବୟବରାଦ । AI, ରୋବୋଟିକ୍ସ ଓ ଡାଟା ସାଇନ୍ସ ଶିକ୍ଷା ଉପରେ ରହିପାରେ ଗୁରୁତ୍ବ । ସହଜ ଶିକ୍ଷା ଋଣ ଓ ନିଯୁକ୍ତି ପରେ ପରିଶୋଧ ବ୍ୟବସ୍ଥା ଅଣାଯିବା ସମ୍ଭାବନା ରହିଛି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ସୁରୁଖୁରୁରେ ଗୃହକାର୍ଯ୍ୟ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଥିଲେ ସଂସଦୀୟ ମନ୍ତ୍ରୀ । ସେପଟେ VB- G-RAM-G, UGC, SIR ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି କରିଛନ୍ତି ।

