17 Oct 2026, Sat

ଟିମ୍ ଇଣ୍ଡିଆର ଦ୍ରୁତ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଆଜି ଏକ ଖୁସି ଖବର ଦେଇଛନ୍ତି। ବର୍ତ୍ତମାନ ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ କ୍ରିକେଟ୍ ଦଳର ଅଧିନାୟକ ଭାବେ ନଜର ଆସିବେ । ଏହି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଶାର୍ଦ୍ଦୁଲ ଠାକୁର ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ବିଜୟ ହଜାରେ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଠାକୁର ବାପା ହୋଇଛନ୍ତି । ପତ୍ନୀ ମିତାଲି ପାରୁଲକର ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଖୁସି ଖବର ବାଣ୍ଟିଛନ୍ତି ଶାର୍ଦ୍ଦୁଲ। ତେବେ ସେ ପ୍ରଥମ ମ୍ୟାଚରୁ ଦଳର ଅଧିନାୟକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ବର୍ତ୍ତମାନ, ସାର୍ଦ୍ଦୁଳ ଠାକୁର ୩ଟି ଫର୍ମାଟରେ ମୁମ୍ବାଇର ଅଧିନାୟକତ୍ୱ କରୁଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନ ଖରାପ ଥିଲା, କିନ୍ତୁ ରଣଜୀ ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନ ମଧ୍ୟ ଭଲ ଥିଲା। ଏବେ, ସାର୍ଦ୍ଦୁଳ ଠାକୁର ବିଜୟ ହଜାରେ ଟ୍ରଫିର ଅଧିନାୟକତ୍ୱ କରିବେ, ଯେଉଁଠାରେ ରୋହିତ ଶର୍ମା ମଧ୍ୟ ତାଙ୍କ ଦଳରେ ଖେଳିବେ । ଠାକୁର ସମ୍ପ୍ରତି ଭଲ ପ୍ରଦର୍ଶନ କରିଛନ୍ତି ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସାର୍ଦ୍ଦୁଳ ଟିମ୍ ଇଣ୍ଡିଆ ପାଇଁ ୧୩ ଟେଷ୍ଟ, ୪୭ ଦିନିକିଆ ଏବଂ ୨୫ ଟି-୨୦ ଖେଳିଛନ୍ତି।

ଆଉ ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିଦ୍ଧାର୍ରିତ ୨୦ ଓଭରରେ ମାତ୍ର ୧୨୧ ରନ କରିପାରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୩୨ ବଲ୍ ବାକି ଥାଇ ୮ ୱିକେଟରେ ଏହି ମ୍ୟାଚ୍ କୁ ନିଜ ନାମରେ କରିଥିଲା । ଏହି ମ୍ୟାଚ୍ ସମୟରେ ସ୍ମୃତି ମନ୍ଧାନା ଏକ ଐତିହାସିକ ସଫଳତା ହାସଲ କରିଥିଲେ ।ଏହି ମ୍ୟାଚ୍‌ରେ ମନ୍ଧାନା ଏକ ବଡ଼ ଇନିଂସ ଖେଳି ପାରିନଥିଲେ, ମାତ୍ର ୨୫ ରନ୍ କରିଥିଲେ କିନ୍ତୁ ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କ ଇନିଂସ ମଧ୍ୟରେ, ସ୍ମୃତି ମନ୍ଧାନା ମହିଳା ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ୪,୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

Leave a Reply

Your email address will not be published. Required fields are marked *