Csk କୁ ଲାଗିଲା ଝଟକା। Ipl ରୁ ଅବସର ନେଲେ ଧୋନୀ। ଚିନ୍ତାରେ ଚେନ୍ନାଇ ସୁପର କିଙ୍ଗସ ଟିମ। ପାଞ୍ଚଥର cks କୁ ଚାମ୍ପିଅନ୍ କରିଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ଅବସର ଯୋଜନା ପ୍ରସ୍ତୁତ ହୋଇସାରିଛି । ଧୋନୀ ଗତ ସିଜନରେ ସିଏସକେ ପାଇଁ ଜଣେ ‘ଅନକ୍ୟାପଡ୍ ପ୍ଲେୟାର’ ଭାବରେ ପଡ଼ିଆକୁ ଓହ୍ଲାଇଥିଲେ ।ଯଦିଓ CSK ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଧୋନୀଙ୍କ ଅବସରକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, କିନ୍ତୁ ଫ୍ରାଞ୍ଚାଇଜ୍ ଅକ୍ସନରେ ଯେଉଁଭଳି ଭାବେ ଖେଳାଳି କିଣିଛି, ସେଥିରୁ ଏହି ସଂକେତ ନିଶ୍ଚିତ ଭାବେ ମିଳୁଛି ଯେ ତାଙ୍କର ଅବସର ଗ୍ରହଣ ପ୍ରାୟ ନିଶ୍ଚିତ । ୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଧୋନି CSK ସହିତ ଜଡ଼ିତ ଅଛନ୍ତି । ସେ ଦଳର ପ୍ରଥମ ଅଧିନାୟକ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେ CSKର ସବୁଠାରୁ ବଡ଼ ପରିଚୟ ।
ଚେନ୍ନାଇର ପ୍ରଶଂସକମାନେ ଧୋନୀଙ୍କୁ ଶ୍ରଦ୍ଧାରେ “ଥାଲା” ବୋଲି ଡାକନ୍ତି, ଯାହାର ଅର୍ଥ ହେଉଛି ‘ନେତା’ କିମ୍ବା ‘ବଡ ଭାଇ’। ଧୋନୀଙ୍କ ନେତୃତ୍ୱରେ CSK ଆଇପିଏଲ୍ ଇତିହାସରେ ଅନ୍ୟତମ ସଫଳ ଦଳ ହୋଇପାରିଛି । ତାଙ୍କ ଅଧିନାୟକତ୍ୱରେ ଦଳ ୫ ଥର IPL ଟାଇଟଲ୍ ଜିତିଛି । ଧୋନୀଙ୍କ ନେତୃତ୍ୱରେ CSK କେବଳ IPL ନୁହେଁ, ବରଂ ଦୁଇଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ଟାଇଟଲ୍ ମଧ୍ୟ ଜିତିଛି । ଧୋନୀଙ୍କ ନେତୃତ୍ୱରେ CSK ପ୍ରାୟ ପ୍ରତିବର୍ଷ ପ୍ଲେ-ଅଫ୍ ପର୍ଯ୍ୟନ୍ତ ଯାଇଛି । ସେ IPLରେ ସବୁଠାରୁ ଅଧିକ ମ୍ୟାଚ୍ରେ ଅଧିନାୟକତ୍ୱ କରିବାର ରେକର୍ଡ ମଧ୍ୟ ରଖିଛନ୍ତି । ତେବେ ଖୁସିର କଥା ହେଉଛି ଧୋନୀ ଆଇପିଏଲ୍ ୨୦୨୬ରେ ମୈଦାନକୁ ଓହ୍ଲାଇବେ । ହୁଏତ ଏହା ତାଙ୍କର ଶେଷ ଆଇପିଏଲ୍ ସିଜନ୍ ହୋଇପାରେ ।
ଗତ ଦୁଇଟି ସିଜନରୁ ଧୋନୀଙ୍କ ଅବସରକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଆଇପିଏଲ୍ ୨୦୨୬ରେ CSK ତାଙ୍କ ବିଦାୟ ପାଇଁ ପୂରା ବ୍ୟବସ୍ଥା କରିସାରିଛି । ତେବେ, ଧୋନୀଙ୍କ ଏହି ‘ଏଗଜିଟ୍ ପ୍ଲାନ୍’ ପାଇଁ CSKକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି । ଧୋନୀଙ୍କ ଅବସର ପରେ ତାଙ୍କର ବ୍ୟାକଅପ୍ ପାଇଁ CSK ପ୍ରାୟ ୩୨.୫୦ କୋଟି ଟଙ୍କା ଖର୍ଚ୍ଚ କରିଛି । ୪୪ ବର୍ଷ ବୟସ୍କ ଧୋନୀଙ୍କ ବିଦାୟ ପାଇଁ CSK ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । CSK ନିଜର ପୂର୍ବତନ ଅଧିନାୟକଙ୍କ ଫେୟାରୱେଲ ପାଇଁ ଆଇପିଏଲ୍ ୨୦୨୬ରେ ଜଣେ ନୁହେଁ ବରଂ ତିନି-ତିନି ଜଣ ୱିକେଟକିପରଙ୍କୁ ଦଳରେ ସାମିଲ କରିଛି । ଏଥିରେ ସଞ୍ଜୁ ସାମସନ, କାର୍ତ୍ତିକ ଶର୍ମା ଏବଂ ଉର୍ଭିଲ ପଟେଲ ଅଛନ୍ତି । ଏହି ତିନିଜଣ ୱିକେଟକିପର ବ୍ୟାଟର ଭବିଷ୍ୟତରେ CSKରେ ଧୋନୀଙ୍କ ସ୍ଥାନ ନେବେ ।

