17 Oct 2026, Sat

ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର। ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ। ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ। ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ। ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି।

ଶୁକ୍ରବାର ଓ ଶନିବାର (୧୨ ଓ ୧୩ ତାରିଖ)ରେ ରାଜ୍ୟର ବିକ୍ଷିପ୍ତସ୍ଥାନରେ ଶୀତ ଲହରି ବହିପାରେ ବୋଲି ଆଇଏମ୍‌ଡି କହିଛି। ଘନ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇପାରେ। ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ଶୀତ ଲହରି ବହିବ। ଆସନ୍ତା ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ ରହିଛି।

ସେହିପରି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ। ସେପଟେ ରାଜ୍ୟରେ ପାରଦ ଲଗାତାର ନିମ୍ନଗାମୀ ହେବାରେ ଲାଗିଛି। ଶୀତ ଲହରିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ। ପାରଦ ସ୍ତର ସେମିଳିଗୁଡ଼ା ଠାରେ ୩.୫ ଡିଗ୍ରି ରେକର୍ଡ ହୋଇଛି। ଜି ଉଦୟଗିରିରେ ପାରଦସ୍ତର ୪ ଡିଗ୍ରି, ଫୁଲବାଣୀରେ ୫.୨ ଡିଗ୍ରି, ଚିପିଲିମାରେ ୬.୧ ଡିଗ୍ରି, ଝାରସୁଗୁଡ଼ାରେ ୬.୮ ଡିଗ୍ରି, ରାଉରକେଲାରେ ୬.୬ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୭ଡିଗ୍ରି ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *