17 Oct 2026, Sat

୨୪ ଘଣ୍ଟାରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ବିଜୁଳି, ଘଡଘଡି ସହ ବର୍ଷା ଓ ୫୦ରୁ ୬୦ କି.ମି ଝଟକା ପବନ ବହିବା ସମ୍ଭାବନା ଥିବା ବେଳେ ଏହି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ରହିବ ୫ ଓ ୬ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ବିଭାଗ । ସେପଟେ ରାଜ୍ୟରେ ଗରମ ସହ ଅସହ୍ୟ ତାତି ହେଉଥିବା ବେଳେ ୪ ଦିନ ଭିତରେ ୨ରୁ ୩ ଡିଗ୍ରୀ ପାରଦ ବଢ଼ିବ ।

ଏପଟେ ଜୁନ ୪ରେ ମୌସୁମୀ କେରଳମ୍ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । କେରଳମ୍ ଓ ତାମିଲନାଡ଼ୁର କିଛି ଅଂଶରେ ମୌସୁମୀ ଛୁଇଁବାର ସମ୍ଭାବନା । ରଜ ସୁଦ୍ଧା ରାଜ୍ୟରେ ଆସି ପହଞ୍ଚିଯିବ ମୌସୁମୀ । ସମ୍ଭବତଃ ୧୦ରୁ ୧୪ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରେ ପାଦ ଥାପିପାରେ । ଗରମ ଓ ଗୁଳୁଗୁଳିକୁ ଭିଜାଇ ଦେବ ମୌସୁମୀ ବର୍ଷା । ବହିପାରେ ମୌସୁମୀ ପବନ । ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆସନ୍ତା ୪/୫ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁପାରେ । ଯଦିଓ ଆରମ୍ଭରେ ଏହା ସେତେ ପ୍ରଭାବୀ ରହିନପାରେ । ତେବେ ୭ରୁ ୧୦ ତାରିଖ ଭିତରେ ମୌସୁମୀ ପଶ୍ଚିମ ଭାରତର କିଛି ଅଂଶକୁ ପ୍ରବେଶ କରିବ । ମୌସୁମୀର ଆରବ ସାଗର ଶାଖା ସହ ବଙ୍ଗୋପସାଗର ଶାଖା ଅନୁକୂଳ ରହିଲେ, ୧୩ରୁ ୧୬ ତାରିଖ ଭିତରେ ମୌସୁମୀ ଓଡ଼ିଶା ଆଗମନ କରିବ । ୧୩/୧୪ ତାରିଖକୁ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଅଧିକ।

Leave a Reply

Your email address will not be published. Required fields are marked *