17 Oct 2026, Sat

ଭେନେଜୁଏଲା ସହ ଭାରତର ହେବାକୁ ଯାଉଛି ବଡ଼ ଡିଲ୍‌

ମାଲାମାଲ ହେବ ଭାରତ। ହେବ ଟଙ୍କା ବର୍ଷା। ଭେନେଜୁଏଲା ସହ ହେବାକୁ ଯାଉଛି ବଡ଼ ଡିଲ୍‌। ଯେଉଁ ଖବର ପରେ ଆଶ୍ଚର୍ଯ୍ୟ ହୋଇଗଲାଣି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ଯ କାରବାର ନେଇ ଆଲୋଚନା କରାଯାଉଛି। ୫୬ ବର୍ଷୀୟ ରୋଡ୍ରିଗ୍ୱେଜ୍ ଜଣେ ଶ୍ରମ ଓକିଲ ଯିଏକି ଘରୋଇ କ୍ଷେତ୍ର ସହିତ ଘନିଷ୍ଠ ଭାବରେ ଜଡିତ ଏବଂ ଭେନେଜୁଏଲାର ଶାସକ ପ୍ରତିଷ୍ଠାନ ସହିତ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ରହିଛି। ତାଙ୍କୁ ତାଙ୍କ ଭାଇ ଜର୍ଜ ରୋଡ୍ରିଗ୍ୱେଜ୍ ଶପଥ ପାଠ କରାଇଥିଲେ, ଯିଏ ଭେନେଜୁଏଲାର ଜାତୀୟ ପରିଷଦର ମୁଖ୍ୟ।

ଆମେ ଆଗାମୀ ବର୍ଷଗୁଡ଼ିକରେ ଭାରତ-ଭେନେଜୁଏଲା ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇବାର ଏକ ସମାନ ଦୃଷ୍ଟିକୋଣ ସହିତ ସମସ୍ତ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସହଭାଗୀତାକୁ ଆହୁରି ଗଭୀର ଏବଂ ବିସ୍ତାର କରିବାକୁ ସହମତ ହୋଇଛୁ। ଏପରି କିଛି ଲେଖଥି ପ୍ରଧାନମନ୍ତ୍ରୀ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଦୁଇ ଦେଶ ଭିତରେ ସମ୍ପର୍କ ସୁଦୃଢ ରହିଲେ ଭାରତୀୟଙ୍କ ପାଇଁ ମଧ୍ୟ ଏହା ଲାଭଭାନ ହେବ, ଅନ୍ୟପଟେ ଭେନେଜୁଏଲାର ଲୋକଙ୍କ କଲ୍ୟାଣ ଏବଂ ସୁରକ୍ଷା ପ୍ରତି ଭାରତ ପୁଣିଥରେ ସମର୍ଥନ କରୁଛି ବୋଲି ସେ କହିଥିଲେ।

ଆମେ ସମସ୍ତ ସମ୍ପୃକ୍ତଙ୍କୁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ କରୁଛୁ, ଯାହାଦ୍ୱାରା ଏହି ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ ହେବ। କାରାକାସରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହିତ ଯୋଗାଯୋଗରେ ଅଛି ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଜାରି ରଖିବ ବୋଲି ବିବୃତ୍ତିରେ କୁହାଯାଇଛି। ରୋଡ୍ରିଗ୍ୱେଜ ଜାନୁୟାରୀ 5 ତାରିଖରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋଙ୍କୁ ରାତାରାତି ଆମେରିକା ଉଠାଇ ଅଣାଯାଇଥିଲା।

Leave a Reply

Your email address will not be published. Required fields are marked *