18 Oct 2026, Sun

ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି

IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ବାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ସେ ମିନି ଅକ୍ସନରେ ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। ହେଲେ ଭାରତୀୟ ବ୍ୟାଟର ପୃଥ଼୍ବୀ ଶ’ ଆଇପିଏଲ ନିଲାମର ପ୍ରଥମ ପର୍ଯ୍ୟାୟରେ ଅନ୍‌ ସୋଲ୍ଡ ରହିଛନ୍ତି। ତାଙ୍କର ବେସ୍‌ ପ୍ରାଇସ୍‌ 7.5 ମିଲିୟନ ଟଙ୍କା ଥିଲା। ତଥାପି ତାଙ୍କୁ କୌଣସି ଦଳ କିଣି ନ ଥିଲେ। ସେହିପରି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ ଜ୍ୟାକ୍‌ ଫ୍ରେଜର ମ୍ୟାକଗର୍କ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିକ୍ରୟ ହୋଇ ନାହାନ୍ତି। ଅନ୍ୟପକ୍ଷେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଥିବା ଡେଭନ୍‌ କନୱେ ମଧ୍ୟ ଅନସୋଲ୍ଡ ରହିଛନ୍ତି।

ଏହି IPL ନିଲାମରେ କୋଲକାତା ନାଇଟ୍ ରାଇଡର୍ସର ସର୍ବାଧିକ ପର୍ସ ୬୪.୩ କୋଟି ରହିଛି। ଏହି ସମୟରେ, ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ଦ୍ୱିତୀୟ ସର୍ବାଧିକ ୪୩.୪ କୋଟି ଅଛି। ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସବୁଠାରୁ କମ ପର୍ସ ₹୨.୭୫ କୋଟି ଅଛି। ଆଇପିଏଲ 2026 ନିଲାମରେ ବିକ୍ରୟ ହୋଇଥିବା ପ୍ରଥମ ଖେଳାଳି ଡେଭିଡ ମିଲର ରହିଥିଲେ, ଯାହାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା। ଦିଲ୍ଲୀ ତାଙ୍କୁ ୨ କୋଟି(୨୦ମିଲିୟନ ଟଙ୍କା)ରେ କିଣିଥିଲା। ନିଲାମର ପ୍ରଥମ ପର୍ଯ୍ୟାୟରେ ବିକ୍ରୟ ନ ହୋଇଥିବା ଖେଳାଳିମାନେ ଯଦି ଦଳଗୁଡ଼ିକ ସେମାନଙ୍କ ନାମ ଦାଖଲ କରନ୍ତି ତେବେ ଆକ୍ସିଲେଟର ରାଉଣ୍ଡରେ ପୁନର୍ବାର ଖେଳିପାରିବେ।

2026 ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣର ନିଲାମ ପ୍ରକିୟା ଚାଲିଛି। ନିଲାମ ପ୍ରକିୟାରେ ସାମିଲ ଥିବା ୧୦ଟି ଦଳ ଗତ ମାସ ନଭେମ୍ୱର ୧୫ରେ ସେମାନଙ୍କ ରିଟେନଶନ ତାଲିକା ପ୍ରକାଶ କରିଥିଲେ। ଉଲ୍ଲେଖ ଯୋଗ୍ୟ, ଗୋଟିଏ ଦଳରେ ସର୍ବାଧିକ ୨୫ଜଣ ଖେଳାଳି ରହିପାରିବେ। ଏହା ସହିତ, ଗ୍ରୀନ୍ IPL ଇତିହାସରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। 25 କୋଟି ୨୦ ଲକ୍ଷରେ ବିକ୍ରି ହେବା ସତ୍ତ୍ୱେ, ଗ୍ରୀନ୍ କେବଳ ₹18 କୋଟି (180 ନିୟୁତ ଟଙ୍କା) ପାଇବେ।

Leave a Reply

Your email address will not be published. Required fields are marked *