17 Oct 2026, Sat

ଭୀଷଣ ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ମୁହାଁ ହୋଇଛି । ‘ମୋନ୍ଥା’ ପ୍ରଭାବରେ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପବନ ଲାଗି ରହିଛି । ବାତ୍ୟା ସମୟରେ ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛି ରେଳବାଇ । ‘ମୋନ୍ଥା’ ପାଇଁ ୪୨ଟି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟି ଟ୍ରେନ୍‌ ଆଂଶିକ ବାତିଲ ହୋଇଛି । ବାତ୍ୟା ପ୍ରଭାବିତ ରୁଟ୍‌ରେ ୮ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ ହୋଇଛି । କୋଣାର୍କ ଏକ୍ସପ୍ରେସ୍ (୧୧୦୨୦)କୁ ଆଜି ପାଇଁ ବାତିଲ କରାଯାଇଛି ।

ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ ବାତିଲ କରାଯାଇଥିଲା କିନ୍ତୁ ମୋନ୍ଥାର ଲ୍ୟାଣ୍ଡଫଲ ବିଳମ୍ବ ଯୋଗୁ ୧୪ଟି ଟ୍ରେନକୁ ନିଜ ସମୟରେ ଗନ୍ତବ୍ୟସ୍ଥଳକୁ ଯିବାକୁ ପୂର୍ବତଟ ରେଳ ବିଭାଗ ଅନୁମତି ଦେଇଛି। ଆଉ ୨୯ଟି ଟ୍ରେନକୁ ବାତିଲ କରାଯାଇଛି। ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର 29) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ।

କିରାଣ୍ଡୁଲ-କୋରାପୁଟ-ବିଶାଖାପାଟଣା ରୁଟରେ ୮ ଟ୍ରେନ ବାତିଲ କରାଯାଇଛି । କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ ବାତିଲ । ଅକ୍ଟୋବର 27- ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ ବାତିଲ । ଅକ୍ଟୋବର ୨୮- କଟକ-ଗୁଣୁପୁର ମେମୁ ଟ୍ରେନ ବାତିଲ ଏବଂ ଅକ୍ଟୋବର ୨୯ରେ ଗୁଣୁପୁର-କଟକ ମେମୁ ଟ୍ରେନ ବାତିଲ କରାଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁସବୁ ଟ୍ରେନ ବାତିଲ କରାଯାଇଛି।

ଟ୍ରେନ୍‌ରେ ଯାତ୍ରା କରିବାକୁ ଯାତ୍ରୀ ବାହାରିବା ପୂର୍ବରୁ ଟ୍ରେନ୍‌ର ସ୍ଥିତି ଦେଖିନେବାକୁ ରେଲୱେ ପକ୍ଷରୁ କୁହାଯାଇଛି । ବାତ୍ୟା ‘ମୋନ୍ଥା’ ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଭିନ୍ନ ଷ୍ଟେସନରେ ହେଲ୍ପଡେସ୍କ ଖୋଲାଯାଇଛି । ପଲାସ, ଖୋର୍ଦ୍ଧା ରୋଡ୍ ଓ ଭୁବନେଶ୍ଵର ରେଳ ଷ୍ଟେସନରେ ଖୋଲିଛି ହେଲ୍ପଡେସ୍କ ।

ୱାଲଟିୟର ଡିଭିଜିନ ପକ୍ଷରୁ ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ୍‍ ଡୁଭାଡା ଓ ରାୟଗଡ଼ା ଷ୍ଟେସନରେ ମଧ୍ୟ ହେଲ୍ପଡେସ୍କ ଖୋଲାଯାଇଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *