17 Oct 2026, Sat

ଶୀତଦିନ ଆସିଗଲାଣି। ଏହି ଋତୁରେ ଅନେକ ଚର୍ମ ସମସ୍ୟା ହୋଇଥାଏ । ସାଧାରଣତଃ ଶୁଷ୍କତା,କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଯାଏ । କାରଣ ଥଣ୍ଡା, ଶୁଷ୍କ ପବନ ଏବଂ ଘର ଭିତରେ ଗରମ ହେବା ଦ୍ୱାରା ଚର୍ମର ଆର୍ଦ୍ରତା ନଷ୍ଟ ହୋଇଯାଏ। ଏହି ସମସ୍ୟାଗୁଡ଼ିକରୁ ରକ୍ଷା ପାଇବା ପାଇଁ ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ ରଖିବା ଜରୁରୀ। ଏହା ସହିତ ଆପଣଙ୍କ ତ୍ୱଚାକୁ ଏକ ପ୍ରାକୃତିକ ଚମକ ଦେବା ପାଇଁ ଏହି ଫଳଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଉଚିତ୍ ।

କମଳା-ଭିଟାମିନ୍ ସି ରେ ଭରପୂର କମଳା କୋଲେଜନ୍ ଉତ୍ପାଦନ କରିବାରେ ସାହାଯ୍ୟ କରେ, ଯାହା ଚର୍ମର ନମନୀୟତା ବଜାୟ ରଖିବା ପାଇଁ ଜରୁରୀ। ପ୍ରତିଦିନ ଗୋଟିଏ କମଳା ଖାଇବା କିମ୍ବା ସକାଳେ ତାଜା କମଳା ରସ ପିଇବା ଦ୍ବାରା ଚର୍ମକୁ ଉଜ୍ଜ୍ୱଳ କରିଥାଏ ଏବଂ କଳା ଦାଗ କିମ୍ବା ପିଗମେଣ୍ଟେସନ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ କମଳାରୁ ମିଳୁଥିବା ପ୍ରାକୃତିକ ହାଇଡ୍ରେସନ୍ ଚର୍ମକୁ ନରମ ଏବଂ ଉଜ୍ଜ୍ୱଳ ରଖେ।

ଡାଳିମ୍ବ-ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଡାଳିମ୍ବ ଖାଇବା ଦ୍ୱାରା ତ୍ୱଚାକୁ ପ୍ରାକୃତିକ ଚମକ ମିଳିଥାଏ। ଡାଳିମ୍ବରେ ଥିବା ହାଇଡ୍ରେଟିଂ ଏବଂ ଆଣ୍ଟି-ଇନ୍ଫ୍ଲେମାଟୋରୀ ଗୁଣ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ, ଆର୍ଦ୍ରତା ପ୍ରଦାନ କରିଥାଏ ଏବଂ ଲାଲପଣ ହ୍ରାସ କରିଥାଏ। ଡାଳିମ୍ବ ଶୁଷ୍କ ତ୍ୱଚାକୁ ଭିତରରୁ ଠିକ୍ କରିବାରେ ସାହାଯ୍ୟ କରେ।

ଅମୃତଭଣ୍ଡା- ଅମୃତଭଣ୍ଡାରେ ପାପେନ୍ ଭଳି ଏନଜାଇମ୍ ଭରପୂର ପରିମାଣରେ ଥାଏ, ଯାହା ଏକ ଏକ୍ସଫୋଲିଏଟର୍ ଭାବରେ କାର୍ଯ୍ୟ କରେ। ଏହା ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିଦିଏ ଏବଂ ଭିତରୁ ତାଜା, ଉଜ୍ଜ୍ୱଳ ଚର୍ମ ପ୍ରଦାନ କରେ। ଏଥିରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ପରିମାଣରେ ଥାଏ – ଯାହା ଚର୍ମ ପାଇଁ ଅତ୍ୟନ୍ତ ଜରୁରୀ। ଶୀତଦିନେ, ଯେତେବେଳେ ଚର୍ମ ଶୁଷ୍କ ଏବଂ ନିସ୍ତେଜ ହୋଇଯାଏ, ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ସ୍କିନ ସଫ୍ଟ ହୋଇଥାଏ ।

ପିଜୁଳି-କମଳା ତୁଳନାରେ ପିଜୁଳିରେ ପ୍ରାୟ ଚାରି ଗୁଣ ଅଧିକ ଭିଟାମିନ୍ ସି ଥାଏ। ପିଜୁଳିରେ ଭିଟାମିନ୍ ସି ରହିଥାଏ, ଏହା ଶୁଷ୍କ ତ୍ୱଚା ପାଇଁ ଭଲ ।ଏହା ବ୍ୟତୀତ, ଏହି ଫଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ଏବଂ ଏଥିରେ ଥିବା ଭିଟାମିନ୍ ସି ଚର୍ମ କୋଷଗୁଡ଼ିକୁ ଶୀଘ୍ର ମରାମତି କରିବାରେ ସାହାଯ୍ୟ କରେ, ଯାହା ଯୋଗୁଁ ଚର୍ମ ସତେଜ ଏବଂ ଚମକଦାର ରହିଥାଏ।

Leave a Reply

Your email address will not be published. Required fields are marked *