17 Oct 2026, Sat

୨୦୨୬ ଆରମ୍ଭରୁ ହିଁ ଆଉ ଏକ ଯୁଦ୍ଧ ହେବ ବୋଲି ସବୁଠି ଚର୍ଚ୍ଚା। ଦୁଇ ଦେଶ ମଧ୍ୟରେ ହେବ ଭୟଙ୍କର ଯୁଦ୍ଧ। ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହେଲାଣି। ତେବେ କେଉଁ କେଉଁ ଦେଶ ମଧ୍ୟରେ ହେବ ଏହି ଯୁଦ୍ଧ ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି। ଭେନେଜୁଏଲା ଉପରେ ଆମେରିକା ଆକ୍ରମଣ କରିଛି । ବିଶ୍ୱରେ ଆଉ ଏକ ଯୁଦ୍ଧର ଆରମ୍ଭ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସରେ ଥିବା ଏକ ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ ହୋଇଛି । କାରାକାସରେ ଥିବା ନୌସେନା ଘାଟି ଉପରେ ଏହି ଆକ୍ରମଣ ହୋଇଛି । ପେଣ୍ଟାଗନ ନୌସେନା ଘାଟିକୁ ଟାର୍ଗେଟ୍ କରିଥିବା ଜଣାପଡିଛି ।

ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ, ଭେନେଜୁଏଲାରେ ମାଡୁରୋଙ୍କ ଉପରେ ଚାପ ପକାଇବା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ଏବଂ ଏଥିପାଇଁ କଠୋର କଟକଣା ମଧ୍ୟ ଲଗାଇଛନ୍ତି । କିନ୍ତୁ ମାଡୁରୋ ଅପରାଧରେ କୌଣସି ପ୍ରକାର ସମ୍ପୃକ୍ତିକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଭେନେଜୁଏଲାର ବିଶାଳ ତୈଳ ସଂରକ୍ଷଣ ଏବଂ ଖଣିଜ ସମ୍ପଦ ଉପରେ ପ୍ରବେଶ କରିବାକୁ ଚାହୁଁଛି ।ଶନିବାର ରାତି ପ୍ରାୟ ୨ଟା ସମୟରେ, ଭେନେଜୁଏଲାର ରାଜଧାନୀ କାରାକାସରେ ଅତି କମରେ ସାତଟି ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ସହର ସାରା ଧୂଆଁ ଧୂଆଁ ହୋଇଯାଇଥିଲା । ସ୍କାଇ ନ୍ୟୁଜ୍ ଆରାବିଆ ଦାବି କରିଛି ଯେ ଭେନେଜୁଏଲାର ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଏବଂ ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇଛି ।

ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି । ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ ଭେନେଜୁଏଲା ବିରୁଦ୍ଧରେ ଆକ୍ରମଣ କରିବେ । ଏହା ସହିତ ଆମେରିକା ସେନା କାରିବିଆନ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ ଚାଲାଣ ଅଭିଯୋଗରେ ଭେନେଜୁଏଲାର ଅନେକ ଡଙ୍ଗା ଉପରେ ଆକ୍ରମଣ କରିଛି । ଆମେରିକୀୟ ସେନା ଅନୁଯାୟୀ, ଏହି ସାମୁଦ୍ରିକ ଅଭିଯାନରେ ଏପର୍ଯ୍ୟନ୍ତ ଅତି କମରେ ୩୦ଟି ଆକ୍ରମଣରେ ୧୦୭ ଜଣଙ୍କର ମୃତ୍ୟୁ ହୋଇଛି ।

ବିସ୍ଫୋରଣ ପରେ, କାରାକାସର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ବିମାନ ଆକାଶରେ ଉଡ଼ୁଥିବାର ଦେଖାଯାଇଥିଲା । ଭେନେଜୁଏଲା ସରକାର ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ବିସ୍ଫୋରଣ ଶୁଣି ସହରର ବିଭିନ୍ନ ଅଞ୍ଚଳର ଲୋକମାନେ ଘରୁ ବାହାରି ରାସ୍ତାକୁ ଓହ୍ଲାଇ ଆସିଥିଲେ । କାରାକାସର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *