18 Oct 2026, Sun

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ₹୨,୦୦୦ରୁ ଅଧିକ କିଛି ପେମେଣ୍ଟରେ ଲାଗିବ MDR ଚାର୍ଜ

ଭୁବନେଶ୍ୱର: UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଆଗକୁ କିଛି ଅଧିକ ମୂଲ୍ୟର UPI ମର୍ଚ୍ଚାଣ୍ଟ ପେମେଣ୍ଟରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା MDR ଚାର୍ଜ ଲାଗିପାରେ। ତେବେ ଏହି ଚାର୍ଜ ଯୋଗୁଁ ଡିଜିଟାଲ୍ ପେମେଣ୍ଟରେ ବଡ଼ ପ୍ରଭାବ ପଡ଼ିବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି।

ସୂଚନା ଅନୁସାରେ, ଅକ୍ଟୋବର ୧୫ରୁ ₹୨,୦୦୦ରୁ ଅଧିକ କିଛି UPI ମର୍ଚ୍ଚାଣ୍ଟ ପେମେଣ୍ଟରେ ୦.୪ ପ୍ରତିଶତ MDR ଲାଗୁ ହେବ। ତେବେ ଏହି ଚାର୍ଜ ସିଧାସଳଖ ଗ୍ରାହକଙ୍କଠାରୁ ନିଆଯିବ ନାହିଁ। ଯୋଗ୍ୟ ମର୍ଚ୍ଚାଣ୍ଟମାନେ ଏହା ବହନ କରିବେ।

ସେହିପରି, ₹୨,୦୦୦ରୁ କମ୍ ସାଧାରଣ UPI ପେମେଣ୍ଟ ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କୁ ହେଉଥିବା UPI ଟ୍ରାନ୍ସଫର୍ ପୂର୍ବଭଳି ମାଗଣା ରହିବ।

ପ୍ରସ୍ତାବିତ ୦.୪ ପ୍ରତିଶତ MDR ଚାର୍ଜର ଅଂଶ ବିଭିନ୍ନ ପେମେଣ୍ଟ ଅଂଶୀଦାରଙ୍କ ମଧ୍ୟରେ ବଣ୍ଟାଯିବ। ଦିଆଯାଇଥିବା ବିବରଣୀ ଅନୁସାରେ, ୪୦ ପ୍ରତିଶତ ଗ୍ରାହକଙ୍କ ବ୍ୟାଙ୍କକୁ, ୩୦ ପ୍ରତିଶତ ମର୍ଚ୍ଚାଣ୍ଟଙ୍କ ବ୍ୟାଙ୍କ କିମ୍ବା ପେମେଣ୍ଟ ଗେଟୱେକୁ, ୨୦ ପ୍ରତିଶତ UPI ଆପ୍‌କୁ ଏବଂ ୧୦ ପ୍ରତିଶତ ପେୟର୍ PSP ବ୍ୟାଙ୍କକୁ ଯିବ। ସରକାର ଏଥିରୁ କୌଣସି ଅଂଶ ପାଇବେ ନାହିଁ।

ଅନ୍ୟପଟେ, UPI କାରବାରରେ ସେପ୍ଟେମ୍ବରରେ ସାମାନ୍ୟ ହ୍ରାସ ଦେଖାଯାଇଥିବା ସୂଚନା ମିଳିଛି। ଅଗଷ୍ଟରେ ୨୪.୫୧ ବିଲିୟନ୍ ଟ୍ରାନ୍ସାକ୍ସନ୍ ହୋଇଥିବାବେଳେ ସେପ୍ଟେମ୍ବରରେ ଏହା ୨୪.୦୭ ବିଲିୟନ୍‌କୁ ଖସିଥିଲା। ସେପ୍ଟେମ୍ବରରେ UPI ମାଧ୍ୟମରେ ପ୍ରାୟ ୨୯.୩୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା।

Leave a Reply

Your email address will not be published. Required fields are marked *