26 Sep 2026, Sat

ଗଭୀର ଅବପାତର ପ୍ରଭାବ, ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା!

ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପରେ ଏବେ ବି ସକ୍ରିୟ ରହିଛି ଗଭୀର ଅବପାତ। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

ଭବାନୀପାଟଣାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୬୦ କିମି, ଟିଟିଲାଗଡ଼ରୁ ଦକ୍ଷିଣପଶ୍ଚିମ ଦିଗରେ ୯୦ କିମି ଦୂରରେ ରହିଛି ଏହି ଅବପାତ। ସେହିପରି କାଙ୍କେରଠାରୁ ୧୪୦ କିମି ଓ ରାୟପୁରଠାରୁ ପ୍ରାୟ ୨୦୦ କିମି ଦୂରରେ ରହିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବ ଏବଂ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।

Leave a Reply

Your email address will not be published. Required fields are marked *