26 Sep 2026, Sat

ବାତ୍ୟା ନୁହେଁ, ଗଭୀର ଅବପାତ! ୨୩ ରାତିରୁ ୨୪ ଭୋର ମଧ୍ୟରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଅତିକ୍ରମ, ୩ ଦିନ ରେଡ୍ ଆଲର୍ଟ

ବାତ୍ୟା ହେବନି, କିନ୍ତୁ ଗଭୀର ଅବପାତ ଆଣିବ ପ୍ରବଳ ବର୍ଷା!
ବଙ୍ଗୋପସାଗରରେ ସକ୍ରିୟ ଅବପାତ ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। IMDର ଆକଳନ ଅନୁସାରେ ଏହା ଆଗାମୀ ସମୟରେ ଗଭୀର ଅବପାତରେ ପରିଣତ ହୋଇପାରେ।

୨୩ ତାରିଖ ରାତିରୁ ୨୪ ତାରିଖ ଭୋର ମଧ୍ୟରେ ବିଶାଖାପାଟ୍ଟଣମରୁ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ର–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ଆକଳନ ରହିଛି।

ଏହାର ପ୍ରଭାବରେ ଓଡ଼ିଶାରେ ଆଜିଠାରୁ ଆସନ୍ତା କିଛି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। IMDର ୨୨ ସେପ୍ଟେମ୍ବର ଅପଡେଟ୍‌ରେ ୨୩ ଓ ୨୪ ତାରିଖ ପାଇଁ ଓଡ଼ିଶାରେ Extremely Heavy Rain ସତର୍କତା ରହିଛି।

ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ସମେତ ଅନ୍ୟାନ୍ୟ ଜିଲ୍ଲାରେ ଭାରୀ ବର୍ଷା ନେଇ ସତର୍କତା ରହିଛି। ବର୍ଷା ସହ ବଜ୍ରପାତ ଓ ଝଟ୍‌କା ପବନ ମଧ୍ୟ ହୋଇପାରେ।

ଉପକୂଳରେ ପବନର ବେଗ ବଢ଼ିବା ସହ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ IMD ସତର୍କ କରିଛି।

ଅର୍ଥାତ୍ ବାତ୍ୟା ଭୟ ନଥିଲେ ମଧ୍ୟ ଏବେ ବର୍ଷା ଓ ପବନକୁ ନେଇ ସତର୍କ ରହିବା ଜରୁରୀ।

Leave a Reply

Your email address will not be published. Required fields are marked *