18 Oct 2026, Sun

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି। ହ୍ୟାଣ୍ଡସମ ସହ ଚମତ୍କାର ଡ୍ୟାନ୍ସ ଏବଂ ଅଭିନୟରେ ବି ମାହିର। ଲକ୍ଷ ଲକ୍ଷ ଝିଅ ତାଙ୍କ ଡ୍ୟାନ୍ସ ମୁଭ୍ସରେ ଦିଓ୍ବାନା। ଦର୍ଶକ ସବୁବେଳେ ତାଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ଥାଆନ୍ତି। ଫିଲ୍ମ ରିଲିଜ ହେବାପରେ ଥିଏଟରରେ ହଜାର ହଜାର ଲୋକଙ୍କ ଭିଡ଼ ଜମିବା ସାଧାରଣ କଥା। କିନ୍ତୁ ସୁପରଷ୍ଟାର ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏମିତି କଣ ହେଲା ଯେ, ଏତେ ବଡ଼ ଷ୍ଟାରଙ୍କୁ ହାତ ଯୋଡ଼ିବାକୁ ପଡ଼ିଲା। ଚାଲନ୍ତୁ ଜାଣିବା। ହ୍ରିତିକ କହିଛନ୍ତି ଭଲ ରୋଲ ମିଳିବାକୁ ନେଇ ମୁଁ ଚିନ୍ତିତ ଅଛି। ସେ ଏହାକୁ ନେଇ ବହୁତ ଚିନ୍ତିତ ଥିବା ନିଜ ଇନଷ୍ଟା ଆକାଉଣ୍ଟରେ କହିଛନ୍ତି।

ଜୁନ ୪ ତାରିଖରେ ହ୍ରିତିକ ରୋଶନ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁ ଫଟୋରେ ସେ ବିଦେଶ ସଡ଼କରେ ସେଲଫି ନେଉଥିବାର ନଜର ଆସିଥିଲେ। ଧଳା ଦାଢି ଏବଂ ମୁଣ୍ଡରେ ଏକ କ୍ୟାପ ଦେବାର ନଜର ଆସିଥିଲେ କିନ୍ତୁ ତାଙ୍କ ଆଖି ଯେମିତି କର ଖୋଜୁଥିଲା। ହ୍ରିତିକଙ୍କ ଫଟୋରୁ ଆପଣ ଆଖି ହଟାଇବା ଯେମିତି କଷ୍ଟକର ଥିଲା। ଫଯୋ ସହିତ ସେ ଯେଭଳି କ୍ୟାପସନ ଦେଇଥିଲେ ତାହା ଅଧିକ ଚିନ୍ତାଜନକ ଥିଲା।

ହ୍ରିତିକ ଲେଖିଥିଲେ ଯେ, ମୋତେ ପଚରାଯାଇଥିଲା କି ମୁଁ କିଭଳି ଭୂମିକା ଅଭିନୟ କରିବାକୁ ଚାହୁଁଛି। କିନ୍ତୁ ମୁଁ କୋଣ ଉତ୍ତର ଦେବି ତାହା ଭାବୁଥିଲି। ‘ଲକ୍ ବାଏ ଚାନ୍ସ’ରେ ଜାଫର ଭାବରେ ମୋର ଭୂମିକା ଆପଣଙ୍କୁ ମନେ ଅଛି କି? ମୁଁ ଏପରି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରିବି। କିନ୍ତୁ ନିର୍ଦ୍ଦେଶକମାନେ ମୋତେ କେବଳ ଭଲ ଭୂମିକାରେ ଦେଖିବାକୁ ଚାହାଁନ୍ତି। ଏହା କେତେ ଦୁଃଖଦ।

ହ୍ରିତିକ ତାଙ୍କୁ ଗ୍ରେ କ୍ୟାରେକ୍ଟରରେ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ରୋମାଣ୍ଟିକ ବ୍ୟକ୍ତିତ୍ବ ଏବଂ ହ୍ୟାଣ୍ଡସମ ପର୍ସନାଲିଟି ତାଙ୍କ ପିଛା ଛାଡ଼ୁନି। ହ୍ରିତିକଙ୍କ ଏମିତି ପୋଷ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଅଧିକ ଚିନ୍ତାରେ ପକାଇଛି। ସୁପରଷ୍ଟାରଙ୍କ ଏହି ପୋଷ୍ଟରେ ସିଦ୍ଧାର୍ଥ ଆନନ୍ଦ ଲେଖିଛନ୍ତି ତେବେ ଚାଲ ଆଗକୁ ବଢ଼ିବା।
ଏଥିରୁ ଫ୍ୟାନ୍ସ ଗେସ କରିଛନ୍ତି ଯେ, ହ୍ରିତିକ ଏବଂ ସିଦ୍ଧାର୍ଥ ଆନନ୍ଦ ମିଶିକି କିଛି ବଡ଼ କରିବାକୁ ଯାଉଛନ୍ତି।

ପ୍ରକାଶ ଥାଉକି, ଶେଷଥର ହ୍ରିତିକ ରୋଶନଙ୍କୁ WAR-2 ମୁଭିରେ ଦେଖିବାକୁ ମିଳିଥିଲା। ତାଙ୍କର ଏହି ମୁଭି ବଡ଼ ପରଦାରେ ସେତେ କମାଲ କରିପାରି ନ ଥିଲା। ଏବେ ହ୍ରିତିକ ତାଙ୍କର ମୋଷ୍ଟ ଡିମାଣ୍ଡିଙ୍ଗ ମୁଭି କ୍ରିଷ -୪ ଅଭିନୟରେ ବ୍ୟସ୍ତ ଅଛନ୍ତି। ହ୍ରିତିକ ଏହି ମୁଭିର ନିର୍ଦ୍ଦେଶନା ମଧ୍ୟ କରୁଛନ୍ତି। ଏହାବ୍ୟତୀତ ଷ୍ଟର୍ମରେ ବି ନଜର ଆସିବେ। ଫ୍ୟାନ୍ସମାନେ ହ୍ରିତିକଙ୍କ ଅପକମିଙ୍ଗ ମୁଭିକୁ ନେଇ ବେଶ ଏକ୍ସାଇଟେଡ ଅଛନ୍ତି। ତେବେ ଦେଖାଯାଉ ହ୍ରିତିକ ଗ୍ରେ କ୍ୟାରେକ୍ଟର ଫ୍ୟାନ୍ସଙ୍କୁ ମତୁଆଲା କରିପାରୁଛି କି ନାହିଁ।

Leave a Reply

Your email address will not be published. Required fields are marked *